ଖାଉଟି ବଜାରରେ ନିଆଁ : ଟମାଟୋ ୧୦୦କୁ ବ୍ରଏଲର ୨୪୦

ପଦ୍ମପୁର, (ନିରୋଜ କୁମାର ପାଣୀ) : ହାଣ୍ଡିଶାଳରେ ମହଙ୍ଗା ମାଡ । ଲେମ୍ବୁ ଟମାଟୋ ପରେ ଏବେ ଆମିଷ ବଜାରରେ ଦର ବୃଦ୍ଧି ପାଇଛି । ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଅହେତୁକ ଦରବୃଦ୍ଧି ମଧ୍ୟବିତ୍ତ ପରିବାରର ଚିନ୍ତା ବଢାଉଛି । ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ବର୍ତ୍ତମାନ ଟମାଟୋ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଯେଉଁ ବ୍ରଏଲର ଚିକେନ କେଜି ୧୬୦ ଟଙ୍କା ଥିଲା ତହା ଏବେ ୨୨୦/୨୪୦ରେ ପହଞ୍ଚିଲାଣି । ଦେଢ଼ ମାସ ତଳେ ଏ ଅଞ୍ଚଳର ଟମାଟୋ ଚାଷୀମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଥିଲେ ସେହି ଟମାଟୋର ଭାଉ ଦେଖି ଚାଷୀ ମୁଣ୍ଡ ପିଟି ହେଉଛି । ଦର ବୃଦ୍ଧି ଯୋଗୁଁ ହାତ ଗଣତି ଟମାଟୋ କିଣି କାମ ଚଲାଉଛନ୍ତି ଗ୍ରାହକ । ଏବେ ସ୍ଥାନୀୟ ଟମାଟୋ ଉତ୍ପାଦନ ହେଉନାହିଁ କି, ଏ ବର୍ଷ ନାଶିକ୍, ଛତିଶଗଡ଼ରୁ ଆମଦାନୀ ଆରମ୍ଭ ହୋଇନଥିବାରୁ ଦର ହ୍ରାସ ପାଉ ନାହିଁ ବୋଲି ବ୍ୟବସାୟୀ ମାନେ କହିଛନ୍ତି । କେବଳ ଟମାଟୋ ନୁହେଁ ଅନ୍ୟାନ୍ୟ ପରିବା ମଧ୍ୟ ବଢିଛି । ଆଳୁ ଦର ୩୦ ଟଙ୍କା ଥିବା ବେଳେ ବାଇଗଣକୁ ଛାଡି ଅନ୍ୟ ସବୁ ପରିବା ୬୦ ଉପରେ । ଏହା ସହିତ ଖାଉଟି ସାମଗ୍ରୀ ଯଥା ଅଟା, ଡାଲି, ତେଳ, ଚଣା ସହ ମସଲା ସାମଗ୍ରୀର ଅହେତୁକ ବୃଦ୍ଧି ଚିନ୍ତାରେ ପକାଇଛି ।

Leave A Reply

Your email address will not be published.