centurian jitm

ଆହତ କର୍ମୀଙ୍କ ପାଇଁ ତାରା ବଜାଇଲେ ଘଣ୍ଟ

ଭୁବନେଶ୍ୱର : ଜିଦ୍‌ରେ ଅଟଳ କଂଗ୍ରେସ । ରାଲିରେ ଆହତ କର୍ମୀଙ୍କ ପାଇଁ ତାରା ଘଣ୍ଟ ବଜାଇ ଗଲେ ମନ୍ଦିର । ଖାଲି ମନ୍ଦିର ଯାଇନଥିଲେ ତ ଆର୍ଯ୍ୟ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଗୁରୁବାର ବିକ୍ଷୋଭ ସ୍ଥଳରେ ପୋଲିସ ଆକ୍ରମଣରେ ଆହତ ହୋଇଥିବା କଂଗ୍ରେସ କର୍ମୀଙ୍କ ଆଶୁ ଆରୋଗ୍ୟ କାମନା କରି ରାଲି କରିଛନ୍ତି । କଂଗ୍ରେସ ଭବନରୁ ଘଣ୍ଟ ବାଡେଇ ବାଡେଇ ଅଶୋକନଗରସ୍ଥିତ ଆର୍ଯ୍ୟ ସଂସ୍କୃତି ମନ୍ଦିର ଗଲେ କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ତାରା ବାହିନୀପତି, ରମେଶ ଜେନାଙ୍କ ସମେତ ଅନ୍ୟ ବିଧାୟକ ସାମିଲ ଥିଲେ ।ସୂଚନା ଅନୁସାରେ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ପ୍ରତିବାଦରେ ରଣହୁଙ୍କାର ଦେଇଛି କଂଗ୍ରେସ । ଦୀର୍ଘ ଦିନ ପରେ ଭୁବନେଶ୍ୱର ଲୋୟର ପିଏମଜିରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ଦଳର ସମସ୍ତ ବିଧାୟକ, ସାଂସଦ, ବରିଷ୍ଠ ନେତାଙ୍କ ସମେତ ହଜାର ହଜାର କର୍ମୀ ରାମମନ୍ଦିର ପାଖରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ପଦଯାତ୍ରାରେ ଆସି ଗାନ୍ଧିମାର୍ଗରେ ପ୍ରତିବାଦ କରିଛନ୍ତି । ସଭାମଂଚରୁ ଜଣଙ୍କ ପରେ ଜଣେ ନେତା ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ । ସଭା ଚାଲିଥିବାବେଳେ କିଛି କର୍ମୀ ବିଧାନସଭା ଆଡକୁ ଯିବା ପାଇଁ ଉଦ୍ୟମ କରିବା ପରେ ଆରମ୍ଭ ହୋଯାଇଥିଲା ମହାଭାରତ । ପୋଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବ୍ୟାରିକେଡ୍‌ ଭାଂଗିବାକୁ ଉଦ୍ୟମ କରୁଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଥିଲା ପୋଲିସ । ଲାଠିଚାର୍ଜ ପରେ ଉତ୍ତେଜିତ କଂଗ୍ରେସ କର୍ମୀ ପୋଲିସ ଉପରକୁ ଚେୟାର ଫିଙ୍ଗିଥିଲେ । ପଥର ବି ମାଡ କରିଥିଲା । ପରିସ୍ଥିତି ଅଣାୟତ ହେଉଥିବାବେଳେ ପୋଲିସ ପାଣି ଓ ଳୁହବୁହା ଗ୍ୟାସ ମାଡ କରିଥିଲା । ଏଥିରେ ଉଭୟ ପକ୍ଷର ଆହତ ହୋଇଥିଲେ । କାହାର ମୁଣ୍ଡ ଫାଟି ଧାରଧାର ରକ୍ତ ବୋହୁଥିଲା ତ ଆଉ କିଏ ବେହୋସ ହୋଇଯାଇଥିଲେ । ସାଥୀ କର୍ମୀ ଆହତ ହେବା ପରେ ବି ଡରି ଯାଇନଥିଲେ କଂଗ୍ରେସ ନେତା ଓ କର୍ମୀ । ବିଧାନସଭା ଆଡକୁ ପୁଣି ଥରେ ଆଗେଇ ଥିଲେ କଂଗ୍ରେସର ବରିଷ୍ଠ ନେତା ଓ କର୍ମୀ । ବାଉଁଶ ବାଡ, କଣ୍ଟା ବାରକୁ ଡେଇଁ ଯିବାକୁ ଉଦ୍ୟମ କରିଥିଲେ । ହେଲେ,ପୋଲିସର କଡା ସୁରକ୍ଷା ବଳୟକୁ ଭେଦ କରି ଆଗକୁ ଯିବାରେ ସକ୍ଷମ ହୋଇପାରିନଥିଲେ । ଶେଷରେ ବ୍ୟାରିକେଡ ନିକଟରେ ବସିପଡିଥିଲେ ପିସିସି ସଭାପତିଙ୍କ ସମେତ ଦଳର ସମସ୍ତ ବରିଷ୍ଠ ନେତା । ସେଠାରୁ ସେମାନଙ୍କୁ ଉଠାଇ ନେଇଥିଲା ପୋଲିସ । ତେବେ ମହିଳା ସୁରକ୍ଷା ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଓଡିଶା କଂଗ୍ରେସର ଆନ୍ଦୋଳ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ନେତା ।

Leave A Reply

Your email address will not be published.