oom

ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଭୁର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ୮:୩୦ ମି ସମୟରେ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କ ଅଧ୍ୟକ୍ଷ୍ୟତାରେ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଜରୁରୀ କାଳୀନ ଭିତ୍ତିରେ ଭୁର୍ଚୁଆଲ ମୋଡରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ପୁରୋହିତ ଯୁଦ୍ଧକାଳୀନ ଭାବରେ ସ୍କୁଲଗୁଡିକର ସଫେଇ, ସୁରକ୍ଷା ତଥା ନିରାପତ୍ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ବ୍ୟତୀତ ନିଷ୍ଠା, ଆଖର୍ଚ୍ଚତ ରାଶିଗୁଡିକର ସୁବିନିଯୋଗ ବା ଫେରସ୍ତ ବିଷୟ, ଜାତୀୟ ଉପଲବଦ୍ଧି ସର୍ବେକ୍ଷଣ (ଏନ୍‌ଏସ୍‌), ତୃତୀୟ ଓ ପଞ୍ଚମ ବୃତ୍ତି, ସ୍କୁଲ ଗୁଡିକର ଜମି ପଟ୍ଟା(ଆର୍‌ଓଆର୍‌), ଅନୁପ୍ରେରଣା ପୁରସ୍କାର, ସ୍କୁଲ ପରିଚାଳନା କମିଟିର ଗଠନ, ଜାତୀୟ ପାଠ୍ୟ ପୁସ୍ତକ (ଏନ୍‌ଟି ବୁକ୍ସ୍‌) ଆଦି ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ପ୍ରତ୍ୟେକ କ୍ଷେତ୍ରରେ କୋଭିଡ ନିୟମାବଳୀ ଅନୁସରଣ ପାଇଁ ବୀରେନ୍ଦ୍ର କୁମାର ସାହୁ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ସିଆରସିସି ବନମାଳୀ ସାହୁ, କୁଞ୍ଜ ବିହାରୀ ସରାଫ, ଗୌର ଚରଣ ବାରିକ, ମିତ୍ରଭାନୁ ପଧାନ, ସୁବାଷ ନାଗ, ଶାନ୍ତନୁ ମିଶ୍ର, ଶାନ୍ତନୁ ବାରିକ, ଶ୍ରୀପତି କୁମ୍ଭାର, ସରୋଜ କାନ୍ତ ପାଣିଗ୍ରାହୀ, ଦୀନବନ୍ଧୁ ବାଗ, ଉପେନ୍ଦ୍ର ସୁନା, ବିଭୁତି ମେହେର, ଶଙ୍ଖଧର ମାଝୀ ତଥା ମକୁନ୍ଦ ସାହୁ ପ୍ରମୁଖ ଯୋଗଦେଇଥିଲେ । ବୈଠକ ପାଇଁ ବାଘମୁଣ୍ଡ ସିଆରସିସି ବନମାଳୀ ସାହୁ ଲିଙ୍କ ପ୍ରଦାନ କରି ସଂଚାଳନ କରିଥିଲେ । ଶେଷରେ ବିଆରସିସି ତଥା ଏବିଇଓ ଶ୍ରୀ ବୀରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.