oom

ଖପ୍ରାଖୋଲ ଥାନାରେ ଆମ ପୁଲିସ ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ

jsmm

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନାରେ ପୋଲିସ ପକ୍ଷରୁ ଆମ ପୋଲିସ ସମିତିର ବୈଠକ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସରପଞ୍ଚ, ୱାର୍ଡସଭ୍ୟ ଓ ସଭ୍ୟା ସମେତ ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ ଉପସ୍ଥିତ ଥିଲେ । ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆମ ପୋଲିସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଶ୍ରୀ ସାହୁ ଅବଗତ କରିଥିଲେ । ପୋସ୍କୋ କେସ ଉପରେ, ବାଲ୍ୟ ବିବାହ, ଗୁଣି ଗାରେଡି, ସାଇବର ଅପରାଧ ଉପରେ ଆଲୋକପାତ କରିଥିଲେ । ଅଞ୍ଚଳରେ କେମିତି ଆଇନ ଶୃଙ୍ଖଳାର ପରିସ୍ଥିତି ଭଲ ରହିବ, କ’ଣ କଲେ ଲୋକମାନେ ଉପକୃତ ହେବେ ସେନେଇ ବୈଠକରେ ଚର୍ଚ୍ଚା ହୋଇଥିଲା । ବୈଠକରେ ଖପ୍ରାଖୋଲ ସରପଞ୍ଚ ପ୍ରତିନିଧି ସତ୍ୟା ସେନ୍ଦ୍ରିଆ, ସାମ୍ବାଦିକ ମନୋଜ ଦାସ, ଅଭୟ ତ୍ରିପାଠୀ, ଅଶୋକ ବାଗ, ଉମାକାନ୍ତ ପଧାନ, ଅଭିନାଶ ବିଶ୍ୱାଳ, ଭୋଜରାଜ ବରିହା, ରୁପେନ୍ଦ୍ର ମୁଣ୍ଡା, ୱାର୍ଡସଭ୍ୟ ନୀଳାଞ୍ଚଳ ଗଡତ୍ୟା, ଗୋପାଳ ସାହୁ ଖପ୍ରାଖୋଲ ବଣିକ ସଙ୍ଘ ସଦସ୍ୟ ଦିଲୀପ ଗଡତ୍ୟା, ରଞ୍ଜନ ସାହୁ, ସୁବ୍ରତ ସାହୁ, ସମାଜସେବୀ ମୋହନ ସୁନା, ଦିବାକର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଖପ୍ରାଖୋଲ ଥାନା ଏସ୍‌ଆଇ ଗୋପୀନାଥ ମହାକୁଡ଼, ଏଏସ୍‌ ଆଇ ସେୱାନ କେରକେଟା ସହ ଥାନା ଷ୍ଟାଫ ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ବିଭିନ୍ନ ଜନ ହିତକାରୀ କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

jittmm
Leave A Reply

Your email address will not be published.