ଆଖିକ ଭାରତୀୟ ୮୪ ଘର ଅଘରିଆ ସମାଜ ପଞ୍ଚମ ମଣ୍ଡଳୀ କମିଟି ବୈଠକ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ରେଙ୍ଗାଲୀ ପଟେଲପଡ଼ା ଠାରେ ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ଓଡ଼ିଶା ପ୍ରଦେଶ ଭାଲେର ମଣ୍ଡଳର ପଞ୍ଚମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ରେଙ୍ଗାଲୀ ଗୁଡ଼ି ସଭାପତି ସାଧୁଚରଣ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ମଣ୍ଡଳ ସଭାପତି ଜଗବନ୍ଧୁ ପଟେଲ ସାମାଜିକ ପତାକା ଉତ୍ତୋଲନ କରିବା ସହ ସଭା ପରିଚାଳନା କରିଥିଲେ । ପରେ ପୂଜା ପଟେଲ, ପ୍ରୀତି ପଟେଲ, ସୋଲୋନି ପଟେଲ ଓ ଶ୍ରୀୟା ପଟେଲ ସାମାଜିକ ଗୀତ ଗାନ କରି ଅତିଥିମାନଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ମଣ୍ଡଳ ସଭାପତି ଜଗବନ୍ଧୁ ପଟେଲ, ସଂପାଦକ ପ୍ରଫୁଲ୍ଲ କୁମାର ନାଏକ, ସହ ସଂପାଦକ ସୁରଥ କୁମାର ନାଏକ, ରେଙ୍ଗାଲୀ ଗୁଡ଼ି ସଭାପତି ସାଧୁଚରଣ ପଟେଲ, ମହିଳା ପ୍ରଭାରୀ ବବିତା ନାଏକ ଓ ରଞ୍ଜିତା ପଟେଲ ପ୍ରମୁଖ ମଞ୍ଚାସୀନ ଥିବା ବେଳେ କୌତୁକ ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ପଞ୍ଚୁ ପଟେଲ, ଭାଗବତ ପଟେଲ, ଶ୍ରୀକାନ୍ତ ପଟେଲ, ପ୍ରମୋଦ ପଟେଲ ଓ ଜଗତଲାଲ ପଟେଲ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସାଧୁଚରଣ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.