ବ୍ରାହ୍ମଣ ସମାଜର ସାଙ୍ଗଠନିକ ବୈଠକରେ ବିଭିନ୍ନ ପଦବୀ ଚୟନ

ନୀଳଗିରି : ନୀଳଗିରି ନଗର ବ୍ରାହ୍ମଣ ସମାଜ ପକ୍ଷରୁ ଆଜି ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ନୀଳଗିରି ରାଧାକିଶୋର ଜୀଉ ପରିସରରେ ଆୟୋଜିତ ଏହି ସଭାରେ ସମାଜର ବ୍ଲକ ସଭାପତି ସୂର୍ଯ୍ୟ ନାରାୟଣ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନ୍ନିତ ଅତିଥି ଭାବେ ଗଡ ବ୍ରାହ୍ମଣ ସମିତିର ସଭାପତି ରବିନ୍ଦ୍ର ପଣ୍ଡା, ପ୍ରାଧ୍ୟାପକ ପ୍ରଦୀପ ମିଶ୍ର, ପଣ୍ଡିତ ଶକ୍ତି ପଦ ପଣ୍ଡା, ବ୍ରାହ୍ମଣ ସମିତିର ଜିଲ୍ଲା ସଂଯୋଜକ ବ୍ରହ୍ମା ପୁଣ୍ୟଶ୍ଳୋକ ନନ୍ଦ ଉପସ୍ଥିତ ଥିଲେ । ଏହି ବୈଠକରେ ବ୍ରାହ୍ମଣ ସମାଜକୁ ସୁଦୃଢ କରିବା ସହିତ ସମାଜ ପ୍ରତି ତାଙ୍କର ବହୁ କର୍ତ୍ତବ୍ୟ ରହିଥିବା ଆଲୋଚନା ହୋଇଥିଲା । ନଗର ସଭାପତି ଭାବେ ବିଜୟ କୁମାର ତ୍ରିପାଠୀ, ସଂପାଦକ ଧର୍ମବର୍ତ୍ତ ମିଶ୍ର, ସଂଯୋଜକ ପ୍ରମୋଦ ମହାପାତ୍ର, କୋଷାଧ୍ୟକ୍ଷ ବ୍ରଜେଶ୍ୱର ନନ୍ଦ, କାର୍ଯ୍ୟକାରୀ ସଭାପତି ଅରବିନ୍ଦ ପଣ୍ଡା, ଉପଦେଷ୍ଟା ଭାବେ ରବିନ୍ଦ୍ର ପଣ୍ଡା, ବ୍ରଜମୋହନ ମିଶ୍ର, ଧନୁର୍ଦ୍ଧର ମହାପାତ୍ର, ନିରୋଜ କୁମାର ମହାପାତ୍ର ପ୍ରମୁଖ ଚୟନ ହୋଇଥିଲା । ୧୬ଟି ଶାସନର ବ୍ରାହ୍ମଣମାନଙ୍କୁ ଯୋଡି ଏକ ବିଶ୍ୱ ଶାନ୍ତି ମହାଯଜ୍ଞର ଆୟୋଜନ ନେଇ ନିଷ୍ପତ୍ତି ହୋଇଥିବା ବେଳେ ଉପସ୍ଥିତ ବ୍ରାହ୍ମଣ ମାନେ ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଗଡ ବ୍ରାହ୍ମଣ ସମାଜ ଓ ନୀଳଗିରି ବ୍ରାହ୍ମଣ ସମାଜର ବ୍ରାହ୍ମଣ ମାନେ ଉପସ୍ଥିତ ଥିଲେ । ରମେଶ ଦାସ ଓ ନିରଞ୍ଜନ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ସରୋଜ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.