ଆଜି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଶନିବାର ପୂର୍ବାହ୍ନ ୧୧ଟା ୧୫ ମିନିଟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୋଟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି । ପଞ୍ଚାୟତିରାଜ, ଉଚ୍ଚଶିକ୍ଷା, ସାଧାରଣ ପ୍ରଶାସନ ବିଭାଗ, କ୍ରୀଡା ଓ ଯୁବ ସେବା, ସ୍ୱାସ୍ଥ୍ୟ, ଜଳ ସମ୍ପଦ, କୃଷି ଆଦି ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବ । ଏଥିସହିତ ପାନୀୟ ଜଳ ପ୍ରକଳ୍ପ ଟେଣ୍ଡର, କ୍ୟାର୍ଡର ରୁଲ ସଂଶୋଧନ, ନଦୀବନ୍ଧ ଯୋଜନା, ଶିକ୍ଷକଙ୍କୁ ସପ୍ତମ ବେତନ କମିଶନ, ପ୍ରଳକ୍ପ ପାଇଁ ଜମି ଆବଣ୍ଟନ ଆଦି କେତେକ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି । ତେବେ କ୍ୟାବିନେଟ ଏଜେଣ୍ଡାକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଛି ।

Leave A Reply

Your email address will not be published.