oom

ହିନ୍ଦ ମଜଦୁର ସଭାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

jsmm
  • ପ୍ରଭାତ ତ୍ରିପାଠୀ ହିନ୍ଦ ମଜଦୁର ସଭା ରାଜ୍ୟ ସାଧାରଣ ସଂପାଦକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହିନ୍ଦ ମଜଦୁର ସଭା (ଏଚ୍‌ଏମଏସ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ଠାରେ ସଭାପତି କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟତଃ ଠିକାଭିତ୍ତିକ କର୍ମଚାରୀଙ୍କ ସମସ୍ୟା, ଶ୍ରମିକ ଓ କର୍ମଚାରୀଙ୍କ ମଜୁରୀ ବୃଦ୍ଧି କରିବା, କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ବିରୋଧରେ ସଂଗଠିତ ଆନ୍ଦୋଳନ କରିବା, କେନ୍ଦୁପତ୍ର ବିକ୍ରିବଟାରେ ଜିଏସଟି ପ୍ରତ୍ୟାହାର ସହିତ ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏଥିସହ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆହ୍ୱାନରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏଚଏମଏର ପୂର୍ବତନ ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ତ୍ରିପାଠୀଙ୍କ ବିୟୋଗ ପରେ ଏହି ପଦବୀରେ ସର୍ବସମ୍ମତି କ୍ରମେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ବୈଠକରେ ରାଜ୍ୟ ପୂର୍ତ୍ତ ଓ ଖଣି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, କେନ୍ଦୁପତ୍ର ସଂଗଠନର ମୁଖ୍ୟ ତଥା କାର୍ଯ୍ୟକାରୀ ସଭାପତି ବିଜୟ ମହାନ୍ତି, ଅତିରିକ୍ତ ସମ୍ପାଦକ ଲକ୍ଷ୍ମୀଧର ସାହୁ, ଗୋକୁଳ ମେହେର, ରାଜ୍ୟ ଉପାଧ୍ୟକ୍ଷ ରବି ରଥ, ଲକ୍ଷ୍ମୀପ୍ରିୟା ମହାନ୍ତି, ସଂଯୁକ୍ତା ମହଲା, ବିଏନ ମହାପାତ୍ର, ବରିଷ୍ଠ ନେତା ଗୁଣନିଧି ବଳ, ରାଜେନ୍ଦ୍ର ଦାଶ, ତ୍ରିଲୋଚନ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସଂଗଠନକୁ କ୍ରିୟାଶୀଳ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

jittmm
Leave A Reply

Your email address will not be published.