ମାଲପଡା ବ୍ରାହ୍ମଣ ସମାଜର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ବ୍ରାହ୍ମଣ ସମାଜର କାର୍ଯ୍ୟକାରୀ ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଆକୁଳ ବେହେରା ମାସିକିଆ ବିବରଣୀ ପାଠ କରିଥିଲେ । ମାଲପଡା ବ୍ରାହ୍ମଣ ସମାଜ ତରଫରୁ ସଂସ୍କୃତ ଶ୍ଲୋକ ପ୍ରତିଯୋଗିତା ଓ ଗୀତାପାଠ ପ୍ରତିଯୋଗିତା କରିବାକୁ ସଭ୍ୟମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ମିଶ୍ର, ଗୋପବନ୍ଧୁ ପୁରୋହିତ, ରମଣ ଦାଶ, ଇଂ ସିଦ୍ଧାର୍ଥ ଚନ୍ଦନ ମିଶ୍ର, ସତ୍ୟନାରାୟଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସମାଜକୁ ସଦୃଢ କରିବା ପାଇଁ ନିଜର ମତ ରଖିଥିଲେ । ଶେଷରେ ସହସଂପାଦକ ରାଜେଶ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!