jayashree

ଚକ୍ରଧରପୁର ରେଳ ମଣ୍ଡଳର ଉପଭୋକ୍ତା ଉପଦେଷ୍ଟା କମିଟି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଚକ୍ରଧରପୁର ରେଳବାଇ ମଣ୍ଡଳ ତରଫରୁ ରେଳବାଇ ମଣ୍ଡଳ ପ୍ରବନ୍ଧକ ଅରୁଣ ଯାତବ ରାଠୋଡ଼ଙ୍କ ଅଧକ୍ଷତାରେ “ମଣ୍ଡଳସ୍ତରୀୟ ରେଳବାଇ ଉପଭୋକ୍ତା ଉପଦେଷ୍ଟା କମିଟି”ର ବୈଠକ ଅନୁଷ୍ଠିତ ହୋଇଯାିଛି । ସେଥିରେ ରାଉରକେଲା ଚାମ୍ବର ଅଫ କମର୍ସର ସଭାପତି ସୁବ୍ରତ ପଟ୍ଟନାୟକ, ସାଧାରଣ ସମ୍ପାଦକ ସୁନୀଲ କାୟଲ, ରେଳ ଉପଭୋକ୍ତା ସମିତିର ସମ୍ପାଦକ ସଂଗ୍ରାମ ମହାନ୍ତି, ରାଉରକେଲା ବିକାଶ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାରୁ ରେଳବାଇ ବିଭାଗର ସର୍ବାଧିକ ରାଜସ୍ୱ ଆଦାୟ ହେଉଥିବାରୁ ବଂଡମୁଣ୍ଡା ଠାରେ ଏକ ନୂତନ ରେଳ ଡିଭିଜନ ପ୍ରତିଷ୍ଠା, ରାଉରକେଲା ଷ୍ଟେସନର ଦ୍ଵିତୀୟ ଗେଟର ଆଧୁନିକୀକରଣ, ବନ୍ଦ ଥିବା ବୁକିଂ କାଉଣ୍ଟର ଖୋଲିବା, ଦିଲ୍ଲୀ – ହଟିଆ ଗରିବରଥର ରାଉରକେଲା ପର୍ଯ୍ୟନ୍ତ ସମ୍ପ୍ରସାରଣ, ଦ୍ଵିତୀୟ ଇଣ୍ଟରସିଟି ଏକ୍ସପ୍ରେସର ଆରମ୍ଭ, ରାଉରକେଲାରୁ ବାଲେଶ୍ୱର ଭାୟା କେନ୍ଦୁଝର ଟ୍ରେନର ପ୍ରଚଳନ, ପାର୍କିଂ ଫି କମାଇବା, ହକି ବିଶ୍ୱକପକୁ ସ୍ୱାଗତ ପାଇଁ ଷ୍ଟେସନରେ ତୋରଣ ଓ ଆଲୋକମାଳାରେ ସାଜସଜ୍ଜା, ଉପଦେଷ୍ଟା କମିଟିର ମିଟିଙ୍ଗ ବିଭିନ୍ନ ଅଂଚଳରେ ଓ ଠିକ୍‌ ସମୟରେ କରିବା, ବସଷ୍ଟାଣ୍ଡକୁ ଫୁଟ୍‌ ଓଭରବ୍ରିଜ ଆଦି ବିଭିନ୍ନ ସମସ୍ୟା ବିଷୟରେ ଦାବୀ ରଖିବା ସହ ଏହି ସବୁର କାମ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ଶେଷ କରିବାକୁ ଅନୁରୋଧ କରିଥିଲେ । ବୈଠକରେ ରେଳବାଇ ବିଭାଗର ସମସ୍ତ ବରିଷ୍ଠ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ । ବରିଷ୍ଠ ବାଣିଜ୍ୟିକ ପ୍ରବନ୍ଧକ ମନୀଷ ପାଠକ ମିଟିଙ୍ଗ ସଂଚାଳନ କରିବା ସହ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.