ପାଟଣାଗଡ ସିଟିଜେନ କମିଟିର ବୈଠକ

ପାଟଣାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ସୁଭଦ୍ରା ଭବନଠାରେ ମଙ୍ଗଳବାର ସନ୍ଧ୍ୟାରେ ସିଟିଜେନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପାଟଣାଗଡ ସହରର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା । ବିଭିନ୍ନ ସମସ୍ୟା ଉପରେ ଏକ ଦାବୀପତ୍ର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ପ୍ରଦାନ କରାଯାଇଥିଲା । ସମସ୍ୟା ଗୁଡିକ ପାଟଣାଗଡ ସହରରେ ଟ୍ରାଫିକ ସମସ୍ୟା, ବାଇପାସ ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଗଙ୍ଗାଧର ପାର୍କର ସୌନ୍ଦର୍ଯ୍ୟକରଣ, ଦେଇ ହତ୍ୟାକାଣ୍ଡ ଓ ସୁନାଗହଣା ଦେକାନ ଡକାୟତିର ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ଏପରି ଅନେକ ସମସ୍ୟା ଲିଖିତ ଭାବେ ଜଣାଇଥିଲେ । ଆମାଗୀ ଦିନରେ ଦାବୀ ଗୁଡିକ ପୂରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ସିଟିଜେନ କମିଟି ନିଷ୍ପତ୍ତି ନେଇଛି । ବୈଠକରେ କମିଟିର ସଭାପତି ଘନଶ୍ୟାମ ମେହେର, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଏନ୍‌ଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେର, ସମ୍ପାଦକ ସବ୍ୟସାଚୀ ମାଝୀ, ଅନୀଲ ମେହେର, ସୁନୀଲ ଗୋୟଲ, ରଞ୍ଜିତ ଛତର, ପ୍ରଭାତ ଯୋଶୀ, ଡମ୍ବରୁଧର ପାଣିଗ୍ରାହୀ, ଅରକ୍ଷିତ ଯୋଶୀ, ରାଜେଶ ମେହେର, ବିଜୟ ମେହେର, ଝାରୁ ମେହେର, ଗୋବିନ୍ଦ ଜୈନ, ବିଜୟାନନ୍ଦ ଦାସ, ଅଜିତ ପୁରୋହିତ, ଦୀପକ ଖମାରୀ, ୟୁସୁଫ୍‌ ଖାନ୍‌, ଏମ୍‌ଡି ଇସାକ୍‌, ଆନନ୍ଦ ଯୋଶୀ ପ୍ରମୁଖଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.