om academy

ଯୁବ ପତ୍ରକାର ସଂଘର କାର୍ଯ୍ୟକାରିଣୀ ବୈଠକ ସହ ବନ୍ଧୁମିଳନ

jsm
  • ସାମାଜିକ କାମ ଓ ରକ୍ତଦାନ ଶିବିର କରିବାକୁ ନିଷ୍ପତ୍ତି

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି କରୁଣାକର ବୁଡେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କିପରି ଭାବେ ସଂଘ ସୁଦୃଢ ହେବ ଏବଂ ନିଜେ କେମିତି ଘଟଣାସ୍ଥଳକୁ ଯାଇ ନିର୍ଭୁଲ ଖବର ସଂଗ୍ରହ କରିବେ ସେନେଇ ସମସ୍ତ ସଦସ୍ୟମାନଙ୍କୁ ସଭାପତି ଶ୍ରୀ ବୁଡେକ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ସଂଘ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ, ରକ୍ତଦାନା ଶିବିର, ପ୍ରତ୍ୟେକ ଜାତୀୟ ଦିବସ ପାଳନ କରିବା, ସମାଜସେବାରେ ସାମ୍ବାଦିକମାନଙ୍କ ଭୂମିକା ଉପରେ ଏକ ଆଲୋଚନାଚକ୍ର ଆଦି କାର୍ଯ୍ୟକ୍ରମ ଗୁଡିକ ହାତକୁ ନେବାକୁ ନିଷ୍ପତ୍ତି ନିଆଯାଇଥିଲା । ପାଟଣାଗଡ ଉପଖଣ୍ଡର ବିଭିନ୍ନ ଡାକ୍ତରଖାନାରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସ୍ଵାସ୍ଥ୍ୟ ସମସ୍ୟା ଉପରେ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ଏହାର ସୁଧାର ପାଇଁ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବା ଏବଂ ଖବର ପ୍ରକାଶ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ମାସିକ ସଭ୍ୟ ଚାନ୍ଦା, ସାମ୍ବାଦିକ ଭବନ ନିର୍ମାଣ ଦିଗରେ ଆଲୋଚନା ହୋଇଥିଲା । ବୈଠକରେ ସଂଘର ସଂପାଦକ ବିମଳ କୁମାର ବାଗ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଖବର ସଂଗ୍ରହ ପ୍ରକାଶରେ ତତ୍ପରତା ହେବାକୁ ଆହ୍ୱାନ କରିବା ସହ ସଂଘରେ ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟ ସୁବ୍ରତ ମହାକୁରଙ୍କୁ ସ୍ୱାଗତ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସଂଘର ମୁଖ୍ୟ ଉପଦେଷ୍ଟା ଜଗଦୀଶ ଭୋଇ, କୋଷାଧ୍ୟକ୍ଷ ଘନଭୋଇ, ଚନ୍ଦ୍ର ଶେଖର ବରିହା, ଲଲିତ ମଲ୍ଲିକ, ଘନଶ୍ୟାମ ସରାଫ, ଭୟଶଙ୍କର ଦୀପ, ଗୁଣନିଧି ପୁଟେଲ, ଲାବଣ୍ୟ ପୁରୋହିତ, ଚନ୍ଦ୍ର ଶେଖର ବରିହା, ଗୌରୀ ଶଙ୍କର ବରିହା, ଶେଷଦେବ ସିଂ ନାୟକ, ପ୍ରତ୍ୟୁଷ ରଞ୍ଜନ ଖମାରୀ, ସୁଦାମ ବୁଡେକ, ପାର୍ଥ ଭୂଏ, ସୁବ୍ରତ ମହାକୁର, ନରୋତ୍ତମ ପଣ୍ଡା, ଭୋଜରାଜ ବରିହା ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ପ୍ରତ୍ୟୁଷ ରଞ୍ଜନ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.