
ବେସରକାରୀ ସ୍କୁଲରେ ସରକାରୀ କର୍ମଚାରୀ ଓ ମନ୍ତ୍ରୀଙ୍କ ବୈଠକ : ପଦ୍ମପୁର ବିଧାନସଭା ଉପନିର୍ବାଚନର ଆଚରଣ ବିଧି ଉଲ୍ଲଘଂନର ଅଭିଯୋଗ କଲା ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଧାନସଭା ଉପନିର୍ବାଚନରେ ଆସିଲା ପ୍ରଥମ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ । ନିର୍ବାଚନ ଅଧିକାରୀ ତଥା ପଦ୍ମପୁର ଉପଖଣ୍ଡ ଅଧିକାରୀଙ୍କୁ ସାକ୍ଷାତ କରି ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ.ରୋହିତ ପୂଜାରୀଙ୍କ ବିରୁଦ୍ଧରେ ଅଭିଯୋଗ ପାତ୍ର ଦାଖଲ କରାଯାଇଛି । ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛି ବିଜେପି । ନିର୍ବାଚନ ସରିବା ଯାଏଁ ମନ୍ତ୍ରୀ ଇଂ.ପୂଜାରୀଙ୍କୁ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପ୍ରବେଶ ମନା ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କୁ ତାଗିଦ୍ କରିବାକୁ କରାଯାଇଛି ଅନୁରୋଧ । ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ରଙ୍କ ନେତୃତ୍ୱରେ ବିଜେପି ବାରଗଡ ଜିଲ୍ଲା ସଭାପତି ଅଶ୍ଵିନୀ ଷଡଙ୍ଗୀ, ଜିଲ୍ଲା ବିଜେପି ଆଇନ୍ ପ୍ରକୋଷ୍ଠ ସଦସ୍ୟ ରାଜ କିଶୋର ସାହୁ ଓ ବିଜେପି କ୍ଷେତ୍ରୀୟ ମୁଖପାତ୍ର ମନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ଥିଲେ ।