କବିଶ୍ରୀ ଗୋବର୍ଦ୍ଧନ ଦାସ ଜନ୍ମ ଶତବାର୍ଷିକୀ ପାଳନର ପ୍ରସ୍ତୁତି ବୈଠକ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ, ସର୍ବୋଦୟ ଓ ଭୂଦାନ ନେତା, ସମାଜସେବୀ, ସାହିତ୍ୟିକ, ନାଟ୍ୟକାର, କବିଶ୍ରୀ ଗୋବର୍ଦ୍ଧନ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳନ ନିମନ୍ତେ ବିଶିଷ୍ଟ ଆଇନଜୀବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ କବିଶ୍ରୀ କଲ୍‌ଚର୍ ଉଇଁଷା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର ତା-୧୯ ଓ ୨୦ ଦୁଇଦିନ ଧରି କବିଙ୍କ ସ୍କୁତିପୀଠ କବିଶ୍ରୀ କଲ୍‌ଚର୍ ଭଇଁଷା ଠାରେ ଅନୁଷ୍ଠିତ ହେବାକୁ ଥିବା ଆୟୋଜକ କମିଟିରେ ସଭାପତି ବିଶିଷ୍ଟ ଆଇନଜୀବୀ ଜୟରାମ ମିଶ୍ର, ଉପସଭାପତି ବିଜୟ କୁମାର ପୁରୋହିତ ଓ ବରିଷ୍ଟ ସାମ୍ବାଦିକ ଲକ୍ଷ୍ମୀକାନ୍ତ ମିଶ୍ର, ସଂପାଦକ ଗୁରୁ ଆଲୋକ ଦାସ, ଯୁଗ୍ମ ସଂପାଦକ ଇଂ ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ ଓ ମନୋଜ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଆଗ୍ରହ ପ୍ରକାଶ ଦାସ ରହିଥିବା ବେଳେ ଉପଦେଷ୍ଟା ମଣ୍ଡଳୀରେ ଗୁରୁ ଡ଼ ଘାସିରାମ ମିଶ୍ର, ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଡ଼ ଶ୍ରୀକର ମିଶ୍ର, ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ବୈଜ୍ଞାନିକ ଡ ପଦ୍ମନାଭ ପଧାନ, କ୍ଲାପର ସଭାପତି ଡ଼ ବିକାଶ ଦାସ, ବରିଷ୍ଟ ସାମ୍ବାଦିକ ଶିବଶଙ୍କର ନନ୍ଦ, ଶିଳ୍ପୀ ଅନ୍ତର୍ଯ୍ୟାମୀ ମେହେର, ଆଇନଜୀବୀ ଇନ୍ଦୁ ଭୂଷଣ ଠାକୁର, ସଂଚାର କଳାକାର କ୍ଷମାନିଧି ସାହୁ ଏବଂ ବାବାଜୀ ଚରଣ ବେହେରା ରହିଛନ୍ତି । ଅଭ୍ୟର୍ଥନା କମିଟିରେ ହରି ନାରାୟଣ ପୂଜାରୀ ଅଧ୍ୟକ୍ଷ, ପ୍ରଭାକର ମିଶ୍ର, ଅବନୀ ଯୋଶୀ, ଓଁକାର ନାୟକ, ଜ୍ଞାନେନ୍ଦ୍ର ସାଏ, ଟଙ୍କଧର ଭୋଇ ଓ ରଘୁନନ୍ଦନ ସିଂ, ସ୍ମରଣିକା କମିଟି ଅଧ୍ୟାପକ ମୋହନ ସାହୁ, ଶଙ୍କର୍ଷଣ ପ୍ରଧାନ, ସେବାରାମ ମେହେର, ଶିବ ପ୍ରସାଦ ସା, ନବକିଶୋର ବେହେରା, ରାଜୀବ ଆଚାର୍ଯ୍ୟ ଓ ସାଂସ୍କୃତିକ କମିଟିରେ ଗୁରୁ କାଳୀ ପ୍ରସାଦ ଷଡ଼ଙ୍ଗୀ, ସୁରଞ୍ଜିତ ସାହାଣୀ, ଦିପ୍ତୀ ପ୍ରକାଶ ଦାସ, ଗୁରୁଦେବ ପର୍ଡିଆ, ନବଦ୍ଵିପ ଚାନ୍ଦ ବେହେରା, ଗୋବିନ୍ଦଚନ୍ଦ୍ର ହୋତା ରହିଛନ୍ତି । ଅନ୍ୟାନ୍ୟ କମିଟିରେ ବିଭୁତି ଭୂଷଣ ସାଏ, ଦଇତାରୀ ଗୁରୁ, ଗୌରୀଶଙ୍କର ରାଉତ, ବିଶ୍ଵନାଥ ପୁରୋହିତ, ବସୁଦେବ ବିଶି, ଉମେଶ ଚନ୍ଦ୍ର ମଟାରୀ, କମଳଲୋଚନ ପ୍ରଧାନ, ମଦନ ପଧାନ, ପ୍ରଦୀପ ଦାସ, ଡମ୍ବରୁଧର ଦାସ, ସୁରେଶ କୁମାର ବେହେରା, ବିନାୟକ ହୋତା, ମିନକେତନ ପଧାନ, ମନୋଜ କୁମାର ବେହେରା, ନବିନ ନାଏକ, ବନମାଳୀ ସାହୁ, ବିକାଶ ପଧାନ, ପ୍ରଶାନ୍ତ ସାହୁ ରହିଛନ୍ତି । ଏହି ଜନ୍ମ ଶତବାର୍ଷିକୀ ଉତ୍ସବକୁ ରାଜ୍ୟସ୍ତରୀୟ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନିମନ୍ତ୍ରଣ କରାଯିବା ସହିତ କଳା ସାହିତ୍ୟ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ମାନୀତ କରାଯିବ ଏବଂ ବିଭିନ୍ନ ପ୍ରତିଯୋଗିତା, କବି ସମ୍ମିଳନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବାକୁ ଏହି ବୈଠକରେ ସ୍ଥିର କରାଯାଇଛି ।

Leave A Reply

Your email address will not be published.