jayashree

ବ୍ଲକ ସଭାଗୃହରେ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ପରିସରରେ ଥିବା ସଭା ଗୃହରେ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରା ଶିକ୍ଷା ବିଭାଗର ବିଭିନ୍ନ ସମସ୍ୟା ଉପରେ ବିବରଣୀ ପ୍ରଦାନ କରିଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ଏହା ଉପରେ ସମୀକ୍ଷା କରି ମାଟ୍ରିକ ପରୀକ୍ଷା ବିଷୟରେ ଆଲୋଚନା କରିବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଭାବ, ଶ୍ରେଣୀ କୋଠରୀ, ରିହାଇବିଲେସନ ସ୍କିମ୍, ୫ଟି ଯୋଜନାରେ ତିଆରି ହୋଇଥିବା ସ୍କୁଲ ମାନଙ୍କର ରକ୍ଷଣା ବେକ୍ଷଣ, ଛାତ୍ରଛାତ୍ରୀ ମାନଙ୍କୁ ଯୋତା, ଡ୍ରେସ, ପୁସ୍ତକ ଓ ସାଇକେଲ ବଣ୍ଟନ, ଆର୍ଦଶ ବିଦ୍ୟାଳୟ ସମ୍ପର୍କିତ ଅଭିଯୋଗ, ମୋ ସ୍କୁଲ ଅଭିଯାନ, ପେନ୍‌ସନ ଏପରି ଭାବରେ ୧୪ ଗୋଟି ବିଷୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଦାସ ସମୀକ୍ଷା କରିଥିଲେ । ଆଗାମୀ ଦିନରେ ସ୍କୁଲ ପରିଦର୍ଶନ ସମୟରେ ଯଦି କୌଣସି ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସାଇକେଲ କିଣିବା ପାଇଁ ଆସୁଥିବା ସହାୟତା ରାଶିରେ ହେରଫେର ହୋଇଥିଲେ ସଂପୃକ୍ତ ଶିକ୍ଷକ ଓ ବିଭାଗୀୟ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ଚେତାବନୀ ଦେଇଥିଲେ ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ଆଇନ ମନ୍ତ୍ରୀ ଜଗନ୍ନାଥ ସାର୍କା ସମେତ ଜିଲ୍ଲାର ସମସ୍ତ ବିଇଓ, ଏବିଇଓ ସମେତ ବ୍ଲକର ବିଭିନ୍ନ ଅଧିକାରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.