centurian jitm

ରାଉରକେଲା ବିକାଶ ମଞ୍ଚର ଜରୁରୀ କାଳୀନ ବୈଠକ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିକାଶ ମଞ୍ଚ ତରଫରୁ ଆମ୍ବାଗାନ ଛକ ପାଖରେ ଏକ ଜରୁରୀ କାଳୀନ ବୈଠକ ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ଆବାହକତ୍ୱରେ ଆୟୋଜନ କରାଯାଇଛି । ବରିଷ୍ଠ ଉପଦେଷ୍ଟା ଓ ରିଟାୟାର୍ଡ଼ ଆର୍‌ଏସ୍‌ପି କର୍ମଚାରୀ ଆସୋସିଏସନ୍‌ର ସଭାପତି ଇଂ ଅଭୟ କୁମାର ଦାସ ସଭାପତିତ୍ୱ କରିଥବା ବେଳେ ବରିଷ୍ଠ ଉପଦେଷ୍ଟା ଓ ଜଗଦା ସାଂସ୍କୃତିକ ପରିଷଦର ସଭାପତି ସଂଜୀବ ମହାନ୍ତି, ବିଜେଡି ନଗର ସଭାପତି ଓ ବରିଷ୍ଠ ଆଇନଜୀବୀ ଆର୍ତ୍ତ ମହାରଣା, ରେଳବାଇ କମିଟି ସଦସ୍ୟ ଅମୂଲ୍ୟ ବରାଳ, ସଚେତନ ନାଗରିକ ମଞ୍ଚର ଉପସଭାପତି ଉପେନ୍ଦ୍ର ନାୟକ, ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଦିଗାମ୍ବର ମହାନ୍ତି, ରେଳବାଇ ଉପଭୋକ୍ତା ସମିତିର ପ୍ରତିନିଧି ସଂଗ୍ରାମ ମହାନ୍ତି, ଆଇଟି ହେଡ଼ ସୁପ୍ରତିକ ମିଶ୍ର, ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଭାତ ମହାନ୍ତି, ଓଡିଶା ସାମ୍ବାଦିକ ସଂଘର ଉପସଭାପତି କବି କୁଞ୍ଜବିହାରୀ ରାଉତ ଏବଂ ଅନ୍ୟମାନେ ଯୋଗ ଦେଇ ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବିକାଶ ମଞ୍ଚ ଦୀର୍ଘ ଦୁଇବର୍ଷ ହେଲା ଦାବୀ କରି ଆସୁଥିବା ରାଉରକେଲା ଏଆର୍‌ପୋର୍ଟକୁ ୨ସି ଲାଇସେନ୍ସ ପ୍ରଦାନ କରି ଡ଼ିସେମ୍ବର ପାଞ୍ଚ ତାରିଖରୁ ଉଡାଣ ଆରମ୍ଭ ଯୋଜନା କରାଯାଇଛି, ଆଇଜିଏଚ୍‌ ସୁପର ସ୍ପେସିଆଲଟି ହସ୍ପିଟାଲକୁ ଏପୋଲୋ ମ୍ୟାନେଜମେଣ୍ଟକୁ ଆସନ୍ତା ଜାନୁଆରୀ ପହିଲାରୁ ହସ୍ତାନ୍ତର, ହକି ୱାର୍ଲଡ କପ ପାଇଁ ଷ୍ଟାଡିଅମ ସହ ସହରର ରାସ୍ତାଘାଟର ଉନ୍ନତି ଓ ଆଲୋକିକରଣର ଯୁଦ୍ଧ କାଳୀନ ଭିତ୍ତିରେ ଆଗେଇଥିବାରୁ ଓ ରେଳବାଇର ଉନ୍ନତିକରଣ ଆଦି ଚାଲୁଥିବାରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ତ୍ତ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କ ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ନୈତିକ ସମର୍ଥନ ଦେଇଥିବା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜଗାଙ୍ଗପୁର ବିଧାୟକ ଡ଼କ୍ଟର ରାଜନ ଏକ୍କା, ସୁନ୍ଦରଗଡ଼ ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ବିଭିନ୍ନ ଶ୍ରମିକ ସଂଗଠନ, ସାଂସ୍କୃତିକ ଅନୁଷ୍ଠାନ ମାନଙ୍କୁ ତାଙ୍କର ଆକୁଣ୍ଠିତ ସାହାଯ୍ୟ, ସହଯୋଗ ଓ ସମର୍ଥନ ପାଇଁ ମଧ୍ୟ ଧନ୍ୟବାଦ ଅର୍ପଣ କରାଯାଇଥିଲା । ରାଉରକେଲା ବିମାନ ବନ୍ଦରର ସବୁ କ୍ଷେତ୍ରରେ ଉନ୍ନତିକରଣ କରାଯାଇଥିଲେ ମଧ୍ୟ ୪ସି ଲାଇସେନ୍ସ ପ୍ରଦାନ ନ କରି ବିଭିନ୍ନ ମେଟ୍ରୋ ସହରକୁ ଦିବାରାତ୍ର ଉଡାଣ ନ ଭରିବା ପାଇଁ ଡିଜିସିଏକୁ ଦାୟୀ କରାଯାଇଥିଲା । ସେଇଭଳି ପର୍ଯ୍ୟାପ୍ତ ଭିତ୍ତିଭୂମି ଥାଇ ରାଉରକେଲାରେ ଏକ ନୂତନ ରେଳବାଇ ଡିଭିଜନ ପ୍ରତିଷ୍ଠା କରିବା ପାଇଁ ରେଳବାଇ ମନ୍ତ୍ରୀଙ୍କୁ ଆଉଥରେ ଦାବୀପତ୍ର ପ୍ରଦାନ କରାଯିବାର ସ୍ଥିରୀକୃତ ହେଲା । ରାଉରକେଲା ସରକାରୀ ମହାବିଦ୍ୟାଳୟ ପରିସରରେ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କୁ ଆଉ ଥରେ ଅନୁରୋଧ କରିବାକୁ ସ୍ଥିର ହେଲା । ଏହି ବୈଠକରେ ଡ଼କ୍ଟର ଦିଗମ୍ବର ପାଢ଼ୀ, ସତ୍ୟାନନ୍ଦ ବେହେରା, ରାନୁ ମହାପାତ୍ର, ରାହୁଲ ଶଙ୍କର, ବିଶ୍ୱଜିତା ମହାପାତ୍ର, ଇନ୍ଦ୍ରବତୀ ମିସ୍ତ୍ରୀ, ମୃତ୍ୟୁଞ୍ଜୟ ଦାସ, ସୁବାସ କୁମାର ଗୁପ୍ତା, ଶ୍ରବଣ କୁମାର ଦଳେଇ ଓ ଅନ୍ୟମାନେ ଯୋଗ ଦେଇ ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ଦୁର୍ବାର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଚେତେଇ ଦେଇଥିଲେ । ଶେଷରେ ଉପେନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.