ବୌଦ୍ଧ ବ୍ଲକ ଏକ୍ସକ୍ୟାଡର ଶିକ୍ଷକଙ୍କ ସାଂଗଠନିକ ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସଦର ବ୍ଲକ ଏକ୍ସ କ୍ୟାଡର ଶିକ୍ଷକଙ୍କ ଏକ ସାଂଗଠନିକ ବୈଠକ ଅଇଲାପାଲି ସ୍କୁଲଠାରେ ବ୍ଲକ ସଭାପତି ସରୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂପାଦକ ବୀରବିକ୍ରମ ପ୍ରଧାନ ସଂଗଠନର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଜିଲ୍ଲା ସଭାପତି ରଂଜୁ ଅମାତ ଟ୍ରେଜେରୀ ମାଧ୍ୟମରେ ଦରମା, ଏନ୍‌ପିଏସ୍‌, ମୃତ୍ୟୁକାଳୀନ ଅର୍ଥ, ବକେୟା ୫୦% ଦରମା ୦୩/୧୭ରୁ ଅଗଷ୍ଟ ୩୧/୧୭ ପର୍ୟ୍ୟନ୍ତ, ଏକ୍ସକ୍ୟାଡର ଉଛେଦ, ଇଙ୍କ୍ରିରମେଣ୍ଟ ପ୍ରଦାନରେ ବିଳମ୍ବ ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ବେଳେ ବୌଦ୍ଧ ବ୍ଲକର ୨୦୨୧ ଜୁଲାଇ ମାସଠାରୁ ପିଛିଲା ଡିଏ ଏରିୟର, ବ୍ୟକ୍ତିଗତ ସେବା ପୁସ୍ତକ ଆଜି ପର୍ଯ୍ୟନ୍ତ ଅନେକ ଏକ୍ସକ୍ୟାଡର ଶିକ୍ଷୟତ୍ରୀ/ଶିକ୍ଷକ ପାଇଁ ନଥିବାରୁ ଉପସ୍ଥିତ ଶିକ୍ଷକ କ୍ଷୋଭ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଏକ୍ସକ୍ୟାଡର ଶିକ୍ଷକଙ୍କ ସମସ୍ୟା ସମାଧାନ ନହେଲେ ସମଗ୍ର ରାଜ୍ୟରେ ନିଆଁ ଜଳିବ ବୋଲି ମତପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ପ୍ରକାଶ ଡାଙ୍ଗ, କଣ୍ଟାମାଲ ବ୍ଲକ ସଂପାଦକ କେଶବ ପ୍ରଧାନ, ନରେଶ କର୍ମୀ, ବୌଦ୍ଧ ବ୍ଲକ କୋଷାଧ୍ୟକ୍ଷ କେଶବ ବେହେରା, ଉପସଭାପତି ସୁମିତ୍ରା ମିଶ୍ର, ପ୍ରଦୀପ ଗାଇଗରିଆ, ଜୟକୃଷ୍ଣ ସାହୁ, ସୁବାଷ ବେରିଆ, ସ୍ମରଣ ମହାକୁଡ଼, ରମାକାନ୍ତ ମେହେର, କସ୍ତବ ମିଶ୍ର, ହଳଧର ମେହେର, ପଙ୍କଜକର୍ଣ୍ଣ, ମନ୍ମଥ ତରିଆ, ସଂଜୀବ ପାତ୍ର, ଉପଦେଷ୍ଟା ମଧୁସୁଦନ ନାଏକ, ବିଘ୍ନରାଜ ପ୍ରଧାନ ପ୍ରମୁଖ ୫୦ରୁ ଅଧିକ ଶିକ୍ଷକ ଯୋଗଦେଇଥିଲେ । ଶେଷରେ ତରଣୀ ସେନ ହାତୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.