- ନଭେମ୍ବର ୧ ତାରିଖରେ ପ୍ରତ୍ୟେକ ଘରେ ଦୀପ ଜଳିବ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସର୍କିଟ ହାଉସ ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ୱାର୍ଡର କାଉନସିଲର ଯୋଗଦାନ ଦେଇଥିବା ବେଳେ ନଭେମ୍ବର ୧ରେ ବଲାଙ୍ଗିର ଦିନ୍ ଶୋଭାଯାତ୍ରା ଓ ବିଭିନ୍ନ ୱାର୍ଡର ଲୋକ ଯୋଗଦାନ ଦେବେ ବୋଲି ଆଲୋଚନା ହୋଇଥିଲା । ନଭେମ୍ବର ୧ ତାରିଖ ଦିନ ବଲାଙ୍ଗିରର ପ୍ରତ୍ୟେକ ଘରରେ ଦୀପ ପ୍ରଜ୍ୱଳନ କରିବାକୁ ପ୍ରସ୍ତାବ ହୋଇଥିଲା । ଏହି ଦିନ୍ ପାଳନ ଅବସରରେ ପ୍ରତ୍ୟେକ ୱାର୍ଡର କାଉନସିଲରମାନେ ସେହି ୱାର୍ଡର ଜନସାଧାରଣଙ୍କୁ ସଚେତନ କରାଇବେ ଓ ବଲାଙ୍ଗିର ଦିନ୍ ପାଳନର ମହତ୍ତ୍ୱ ସଂପର୍କରେ ଅବଗତ କରାଇବେ ବୋଲି ମଧ୍ୟ ପ୍ରସ୍ତାବ ପାରିତ କରାଯାଇଥିଲା । ଏହି ବୈଠକରେ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, କମିଟିର ଉପଦେଷ୍ଟା ରତନ ମହାରଣା, ପ୍ରଭାସ ପାଣିଗ୍ରାହୀ, ପ୍ରଭାକର ମିଶ୍ର, ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆ, ସହଅଧ୍ୟକ୍ଷ ବିବେକାନନ୍ଦ ପଟେଲ, ଶୁଭମ ଅଗ୍ରୱାଲ ଓ ବିଭିନ୍ନ ୱାର୍ଡର କାଉନସିଲରମାନେ ଉପସ୍ଥିତ ଥିଲେ ।