ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର କାର୍ଯ୍ୟକାରିଣୀ ବୈଠକ ସେକ୍ଟର ୩ ସ୍ଥିତ ଖଡ଼ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଉପସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାସଭାକୁ ସାଧାରଣ ସମ୍ପାଦକ ଶଶଧର ପାତ୍ର ପରିଚାଳନା କରିଥିଲେ । ଦଶହରାରେ ଖଡ଼ଗ ପୂଜନ, ଶୋଭାଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଆସନ୍ତା ବର୍ଷ କାର୍ଯ୍ୟକ୍ରମକୁ କିପରି ଅଧିକ ସରସ ସୁନ୍ଦର ଓ ଆକର୍ଷଣୀୟ କରାଯାଇ ପାରିବ ସେ ସମ୍ବନ୍ଧରେ ସଭ୍ୟମାନଙ୍କର ମତାମତ ଆହ୍ୱାନ କରାଯାଇଥିଲା । ପୂଜକଙ୍କ ବୟସାଧିକ ଯୋଗୁଁ ସେ ଠିକ୍ ରୂପେ ପୂଜା ଦାୟିତ୍ଵ ନିର୍ବାହ କରିପାରୁ ନଥିବାରୁ ତାଙ୍କ ବଦଳରେ ନୂତନ ପୂଜକଙ୍କ ନିଯୁକ୍ତି କରିବା, ଆସନ୍ତା ନଭେମ୍ବର ମାସରେ ଏକ ସ୍ଵାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ହାତକୁ ନେବା ଓ ଆସନ୍ତା ଫେବୃଆରୀ ୧୭ ତାରିଖରେ ବାର୍ଷିକ ଉତ୍ସବ ପାଳନ କରିବା, ଏକ ମହିଳା ଓ ଯୁବ ବାହିନୀ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ପ୍ରତି ୨/୩ ମାସ ବ୍ୟବଧାନରେ ଗୋଟିଏ ଲେଖାଏଁ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇ ମହାସଭାକୁ ସକ୍ରିୟ ଓ ଲୋକାଭିମୁଖୀ କରିବା ପାଇଁ ମତ ପ୍ରକାଶ ପାଇଥିଲା । ପରବର୍ତ୍ତୀ ବୈଠକ ଏହି ମାସ ଶେଷ ସପ୍ତାହରେ ଅନୁଷ୍ଠିତ କରି ଦାୟିତ୍ଵ ବଣ୍ଟନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ଶେଷରେ ଶମ୍ଭୁନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!