ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ଦ୍ଦାର ପଟେଲ କଲଚରାଲ ଆସୋସିଏସନ୍ ରାଉରକେଲା ପକ୍ଷରୁ ଆସନ୍ତା ଅକ୍ଟୋବର ୩୧ତାରିଖ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ମହାସମାରୋହରେ ପାଳନ କରିବାକୁ ପ୍ରଥମ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ବିଭିନ୍ନ ବିଷୟ ସହିତ ଭିନ୍ନ ଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଛି । ଆସନ୍ତା ୩୦ ତାରିଖରେ ବ୍ୟବସ୍ଥାପନାର ସମୀକ୍ଷା ସହ ଚୂଡାନ୍ତ ବୈଠକ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ସର୍ବଶ୍ରୀ ସୁବାସ ମହନ୍ତ, ମନୋରଞ୍ଜନ ମହନ୍ତ, ସୀତାରାମ ମହନ୍ତ, ପ୍ରଦୀପ, ମହେନ୍ଦ୍ର, ବିଷ୍ଣୁ, ସବିତା, ବିଶାଖା, ଦୀପିକା, ବିଚିତ୍ରା ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।

Leave A Reply

Your email address will not be published.

error: Content is protected !!