om academy

ଜାତୀୟ ‘ହୋ’ ଯୁବକ ସମ୍ମିଳନୀ ୨୦୨୨ ନଭେମ୍ବର ୫ ଏବଂ ୬ରେ ହେବା ନେଇ କେନ୍ଦ୍ରୀୟ କମିଟିର ପ୍ରସ୍ତୁତି ବୈଠକ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ‘ହୋ’ ଯୁବ ସମ୍ମିଳନୀ (ଦିସୁମ୍ ହୋ ଯୁଏନ୍ ଯୁମୁର-ଏନଏଚୱାଇଏନ) ଆସନ୍ତା ନଭେମ୍ବର ମାସ ୫ ଓ ୬ ତାରିଖରେ ରାଉରକେଲା ହୋ ଯୁବ ଗୋଷ୍ଠୀ ପକ୍ଷରୁ ଆୟୋଜନ ହେବ ବୋଲି ନିଷ୍ପତ୍ତି ହୋଇଛି । ରାଉରକେଲାର ସେକ୍ଟର-୨ ଠାରେ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲା, ଚକ୍ରଧରପୁର, ଚାଇଁବସା, ଜାମସେଦପୁର, କଟକ, କେନ୍ଦୁଝର ଜିଲ୍ଲାର ଜାତୀୟ ହୋ ଯୁବ ସମ୍ମିଳନୀର କେନ୍ଦ୍ରୀୟ କମିଟି ସଦସ୍ୟ ସଦସ୍ୟାମାନେ ଯୋଗ ଦେଇଥଲେ । ଏହି ସମ୍ମିଳନୀଟି କିପରି ସଫଳ ଆୟୋଜନ ହୋଇ ପାରିବ ସେ ସଂପର୍କରେ କେନ୍ଦ୍ରୀୟ କମିଟିର ସଦସ୍ୟ ବିଶ୍ୱଜିତ୍ ସିଂ ସୂଚନା ଦେଇଥିଲେ । ବିଗତ ବର୍ଷରେ ଏହା ଝାରଖଣ୍ଡ ଚାଇଁବାସା, ରାଞ୍ଚି, ଜାମସେଦପୁର, ଚକ୍ରଧରପୁର, ପଶ୍ଚିମବଙ୍ଗର ମେଦିନୀପୁର, ଓଡ଼ିଶାର ଭୁବନେଶ୍ଵର, କେନ୍ଦୁଝର ଏବଂ ବେଙ୍ଗାଲୁରୁ ଠାରେ ଆୟୋଜିତ ହୋଉଛି ବୋଲି ରଘୁନାଥ ବଦ୍ରା ସୂଚନା ଦେଇଥିଲେ । ଚଳିତ ବର୍ଷ ନଭେମ୍ବରରେ ଓଡ଼ିଶାର ରାଉରକେଲା ସ୍ଥିତ ଗ୍ରୀନପାମ୍ ଜେଲ୍ ରୋଡ ଠାରେ ଆୟୋଜନ କରିବାକୁ ବୈଠକରେ ସ୍ଥିର କରାଯାଇଛି । ଦେଶରେ ୪୫ ଲକ୍ଷରୁ ଉର୍ଦ୍ଧ୍ବ ‘ହୋ’ ସଂପ୍ରଦାୟର ଲୋକ ବାସ କରୁଛନ୍ତି । ସମ୍ମିଳନୀରେ ସେମାନଙ୍କ ବିକାଶ ସମ୍ପର୍କରେ ଆଲୋଚନା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ ବୋଲି କେନ୍ଦ୍ରୀୟ କମିଟିର ସଦସ୍ୟ ଚିନ୍ମୟ ସଏ କହିଛନ୍ତି । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଏକ ବିଷୟବସ୍ତୁକୁ ଆଧାର କରି ‘ହାୟମ୍ ରେୟା କୋରାଙ୍ଗ’ ସ୍ଥିର କରାଯାଇଛି ବୋଲି ଆନୁଷ୍ଠାନିକ ଭାବେ ରାଉରକେଲା କାରାଗାରର ସ୍ଵତନ୍ତ୍ର ଅଧିକାରୀ ଜୀବନ ସିଂ ମୁଣ୍ଡା କହିଛନ୍ତି । ଏହି ବୈଠକରେ ଲଳିତ ବାରି, ସିକନ୍ଦର ସାମାଡ, ପୂଜା ତିରୀୟା, ଉଦୟ ପୂର୍ତ୍ତି, ଦେଶା ଉଲି କମିଟି ରାଉରକେଲାର ସଭାପତି ଲାଲସିଂ ବୁଲିଉଲି ମହୋନ ସିଜୁଇ ଏବଂ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କଲିକତାରୁ ହିଟଲାର୍ ହେଶା, କେନ୍ଦୁଝରରୁ ସତ୍ୟଜିତ ଲାଗୁରୀ, ପଦ୍ମ ଲୋଚନ ସଏ, କଟକରୁ ପିଙ୍କି ବଦ୍ରା, ଭୁବନେଶ୍ୱର ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ସଂପାଦକ ଲକ୍ଷ୍ମୀଧର ସିଂ ତିୟୁ, ବେଙ୍ଗାଲୁରୁରୁ ଜୁଲି ସୁମ୍ବୁରାଇ ଯୋଗ ଦେଇ ସଫଳ ଆୟୋଜନ ପାଇଁ ମତ ରଖିଥିଲେ । ଶେଷରେ ରାଉଲକେଲା କେନ୍ଦ୍ରୀୟ ହୋ ସମାଜର ସାଂସ୍କୃତିକ ସଭାପତି ଗଦାଦର ତିୟୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.