lika

ସିରଜିନା ଉତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଗ୍ରଣୀ ଅନୁଷ୍ଠାନ ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନର ପ୍ରଥମ ପ୍ରସ୍ତୁତି ବୈଠକ ଧଣ୍ତାମୁଣ୍ତା ସ୍ଥିତ ଶାନ୍ତି ଧାମ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭାପତିତ୍ୱ କରିଥିଲେ ଉପସଭାପତି ଆଖଣ୍ଡଳ ଦାଶ । ବୈଠକର ଆରମ୍ଭ ହୋଇଥିଲା ସରସ୍ଵତୀ ଦେବୀଙ୍କ ପୂଜା ଉତ୍ସବରେ ଜୟଦେବ ଭାରତୀ ଦୀପ ପ୍ରଜ୍ୱଳନ କରିଥିଲେ । ଶ୍ରୀମତୀ ସାବିତ୍ରୀ ସାହୁ ମା’ ସରସ୍ଵତୀଙ୍କ ବନ୍ଦନା ଗାନ କରିଥିଲେ । ଏହାପରେ ଅନୁଷ୍ଠାନର ପ୍ରଥମ ଉପସଭାପତି ସ୍ୱର୍ଗତ ଆଦିତ୍ୟ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା କରାଯାଇଥିଲା । ସଂପାଦକ ତଥା ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ପୂର୍ବ ବର୍ଷ ହୋଇଥିବା ସିରଜିନା ଉତ୍ସବର ଆୟ ବ୍ୟୟ ଅଟକଳ ଦର୍ଶାଇଥିଲେ । ଏଥର କିପରି ଆଡମ୍ବରରେ ଏହି କାର୍ଯ୍ୟକ୍ରମ କରାଯିବ ଆଲୋଚନା ହୋଇଥିଲା । ଆସନ୍ତା ଜାନୁୟାରୀ ମାସରେ ପଦ୍ମପୁର ସ୍ଥିତ ବୁଧାପାଲିରେ ହେବ ବୋଲି ସଂପାଦକ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ । ଏହା ପରେ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବିତା ଗୁଡିକୁ ସମୀକ୍ଷା କରିଥିଲେ ଜୟଦେବ ଭାରତୀ । ଏହି ବୈଠକରେ ଡ. ଅବନୀ କାନ୍ତ ସାହୁ, ଜୀବନ୍ତ ସାହୁ, ନରୋତ୍ତମ ଦାଶ, ମନୋଜ ପ୍ରଧାନ, ଶଙ୍କର ଶତପଥୀ, ସୁଶାନ୍ତ ମହାପାତ୍ର, ଗୌରାଙ୍ଗ ପାଣ୍ତେ, ସନାତନ ଶତପଥୀ, ରମଣୀ ରଞ୍ଜନ ବିଶ୍ଵାଳ, ତୁଲାରାମ ମାଝୀ, ବିଧୁର ଦାଶ ପ୍ରମୁଖ କବିମାନେ ଯୋଗଦାନ କରିଥିଲେ । ଶେଷରେ ସହ ସମ୍ପାଦକ ରମଣୀ ରଞ୍ଜନ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ବୈଠକ ପଦ୍ମପୁରରେ ହେବ ବୋଲି ସଂପାଦକ ରାଜେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଥିଲେ ।

sandip
Leave A Reply

Your email address will not be published.