centurian jitm

ପାଟଣାଗଡ଼ରେ ରୋଗୀ କଲ୍ୟାଣ ସମିତିର ବୈଠକ

nschool

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାର ସଭାଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସରୋଜ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଲ, ଉପଖଣ୍ଡ ଚିକିତ୍ସାଧିକାରୀ, ଡ. ପିତବାସ ସା, ପିଡବ୍ଳୁଡି କନିଷ୍ଠ ଯନ୍ତ୍ରୀ, ବିଏଫ୍‌ଓ, ସିଡିପିଓ ଅନୁପମା ପଣ୍ଡା, ଅବସରପ୍ରାପ୍ତ ସିଡିଏମ୍‌ଓ ଡ. ରବି ନାରାୟଣ ତ୍ରୀପାଠୀ, ଘସିଏନ ଆୟୁଷ ଡକ୍ଟର, ଆର ଡବ୍ଳୁଏସଏସ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଯୋଗଦେଇ ଡ଼ାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କ ଓ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହ ସାମାଧାନର ପଦକ୍ଷେପ ନେବା ପାଇଁ ଆଲୋଚନା କରାଯାଇଥିଲା । ପ୍ରଥମତଃ ଡାକ୍ତରଖାନାର ଛାତର ସୁରକ୍ଷାକୁ ନେଇ ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଡାକ୍ତରଖାନାର ଷ୍ଟାଫ୍ ଗୃହ, ରୋଗୀମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଉତ୍ତମ ଗୁଣବତ୍ତା ରଖିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ହସ୍ପିଟାଲରେ ରୋଗୀମାନଙ୍କର ସେବା ଯୋଗାଉଥିବା ଲୋକ ମାନଙ୍କ ପାଇଁ ଏକ ଏଲ୍‌ଇଡି ଟିଭି ଲଗାଇବା, ଡାକ୍ତରଖାନା ପରିସରରେ ଥିବା ଷ୍ଟାଫ୍ ଗୃହର ମରାମତି, ଡାକ୍ତରଖାନା ପରିସରରୁ ବାହ୍ୟ ଜଳ ନିରାକରଣ ଏବଂ ବୁଲା ଗାଇ ଗୋରୁ କୁକୁରଙ୍କୁ ଅଟକାଇବା ପାଇଁ ଏକ କର୍ଡର (ଗେଟ୍) ଲଗାଇବାର ବ୍ୟବସ୍ଥା, ପାର୍କିଂ ଜୋନ୍ ବ୍ୟବସ୍ଥା କରାଯିବା ସହ ପରିବେଶ ଓ ପାନୀୟ ଜଳ, ବିଦ୍ୟୁତ, ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ବିଧାୟକ ଶ୍ରୀ ମେହେର ଉପରୋକ୍ତ ସମସ୍ୟାର ତ୍ୱରିତ ସମାଧାନ ସରକାରଙ୍କ ଠାରୁ ଅନୁଦାନ ଆଣିବାକୁ ପ୍ରତିାୃତି ଦେଇଥିଲେ । ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଯୋଗାଇବା ଓ ସୁଲଭ ର୍ଶେଚାଳୟ ପାଇଁ ଏନ୍ଏସି କତ୍ତୃପକ୍ଷଙ୍କୁ ଏକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ଵ ନିର୍ବାହ କରିବା ପାଇଁ ଏକ ଦକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିଯୁକ୍ତ ସୁଯୋଗ ଦେବାକୁ ଏନ୍ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଲଙ୍କୁ ଦାୟିତ୍ଵ ଦିଆଯାଇଥିଲା । ଏଥିରେ ବିପିଏମ୍‌ କୁମୁଦ ରଞ୍ଜନ ନାଏକ ପରିଚାଳନା କରିଥିବା ବେଳେ ଡାକ୍ତରଖାନାର ସମସ୍ତ ଷ୍ଟାଫଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସୁମନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.