ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ୩୨ତମ ବୋଇତ ବନ୍ଦାଣ ଉତ୍ସବ ୨୦୨୨ ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୨ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଭୟ ମହାପାତ୍ରଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଅଧ୍ୟକ୍ଷ ସୁନିଲ୍ କୟାଲ, ଉପଦେଷ୍ଟା ରଶ୍ମିତ ସାହାଣୀ, ଦେବନାରାୟଣ ସାମନ୍ତରାୟ, ନିଳାମ୍ବର ପୁହାଣ ଓ କୋଷାଧ୍ୟକ୍ଷ ସନ୍ତୋଷ ସ୍ୱାଇଁ ଉପସ୍ଥିତ ରହି ବୋଇତ ବନ୍ଦାଣ ମହୋତ୍ସବ ସଂପର୍କରେ ଆଲୋଚନା କରିଥିଲେ । ଆସନ୍ତା ନଭେମ୍ବର ମାସ ୬ ଓ ୭ ତାରିଖ ଦୁଇଦିନ ଧରି ସେକ୍ଟର ୨ ଦୁର୍ଗାପୂଜା ପଡିଆଠାରେ ଏହି ମହୋତ୍ସବ ପାଳନ କରାଯିବାକୁ ସ୍ଥିର ହୋଇଥିଲା । ନଭେମ୍ବର ୬ ତାରିଖ ଦିନ ହ୍ୟୁମାନ୍ ସାଗରଙ୍କ ଟିମ୍ ସାଗର ସଂଗମ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏଥିରେ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ସେହିପରି ୭ ତାରିଖ ଦିନ ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡାଙ୍କ ସାଇ ସଂଗମ ପକ୍ଷରୁ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବାକୁ କାର୍ଯ୍ୟକ୍ରମ ରହିଛି । ସେହିପରି ସାମାଜିକ ପ୍ରତିବଦ୍ଧତା ଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ । ୩୦୦ଜଣ ସାଧବବୋହୁ ଗୋଟିଏ ରଂଗ ଓ ଡିଜାଇନର ଶାଢୀ ପରିଧାନ କରି ପାରମ୍ପାରିକ ବାଦ୍ୟ ସହ ପ୍ରତୀକାତ୍ମକ ଭାବେ ଡଙ୍ଗାକୁ କୋଏଲ ନଦୀ କୂଳରେ ଭସାଇବା କାର୍ଯ୍ୟକ୍ରମ ରହିଛି । ବୈଠକରେ ଦିବଙ୍ଗତ ସଦସ୍ୟା ମୀନାକ୍ଷୀ ଧର ଓ ସୁଶାନ୍ତ ମହାପାତ୍ରଙ୍କ ସ୍ମୃତି ଚାରଣ କରାଯାଇଥିଲା । ଉପସଭାପତି ଆଦିତ୍ୟ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ସର୍ବଶ୍ରୀ ଶକ୍ତେଶ୍ୱର ପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ସଂଜୟ ପ୍ରଧାନ, ପ୍ରଶାନ୍ତ କୁମାର ବିହାରୀ, ସଂଜୟ କୁମାର ବାରିକ, ସଂଜୟ ମହାପାତ୍ର, ଗଣେଶ ରାଉତ, ମୀନକେତନ ଦେହୁରୀ, ଗୋପାଳ ଦାସ, ଚନ୍ଦନ ମହାନ୍ତି, ପତିତପାବନ ପାଇକରାୟ, ଜ୍ୟୋତିର୍ମୟ କବି, ଯଶୋବନ୍ତ ବେହେରା, ଗିରିଜା ଶଙ୍କର ସାହୁ, ସତ୍ୟ ନାରାୟଣ ସାହୁ ଓ ଆକାଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
Next Post