ଖଡିଆଳ, (ନିରାକାର ମେହେର) : ବହୁ ପ୍ରତିକ୍ଷିତ “ଖଡ଼ିଆଳ ମହୋତ୍ସବ-୨୦୨୩”ର ପ୍ରସ୍ତୁତି ବୈଠକ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରେଣ୍ୟ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସମ୍ମାନନୀୟ ଅତିଥି ଭାବେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା, ମହୋତ୍ସବ ଉପଦେଷ୍ଟା ତଥା ପ୍ରାକ୍ତନ ଅଧ୍ୟକ୍ଷ ନିମାଇଁ ଚରଣ ତାଣ୍ଡି, ସୁଧୀର କୁମାର ପଟ୍ଟନାୟକ, ଜଗବନ୍ଧୁ ବାରିକ, ମେଜର ରାମଚନ୍ଦ୍ର ମିଶ୍ର, ମହେଶ କୁମାର ଦଣ୍ଡସେନା ପ୍ରମୁଖ ଯୋଗଦାନ କରିଥିଲେ । ମହୋତ୍ସବ ସଂଯୋଜକ ଡଃ ସୁଶାନ୍ତ କୁମାର ବିଶି ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହା ପରେ ବିଶିଷ୍ଟ କଳାକାର ତଥା ମହୋତ୍ସବର ସକ୍ରିୟ ସଦସ୍ୟ ଦିବଂଗତ ଅରୁଣଜ୍ୟୋତି ଶର୍ମା, ଖଡ଼ିଆଳ ଓ ଜ୍ୟୋତିର୍ବିଦ ହରିହର ମହାପାତ୍ର, ଲଛିପୁରଙ୍କ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ସୁନୀଲ କୁମାର ସାହୁ ସଂପାଦକୀୟ ବିବରଣୀ ପଠନ କରିଥିଲେ । ମହାମାରୀ କରୋନାର ବିନାଶକାରୀ ପ୍ରଭାବ ସହିତ ସରକାରଙ୍କ ସମାବେଶ କଟକଣା ପାଇଁ ୨ବର୍ଷ କାଳ ଖଡ଼ିଆଳ ମହୋତ୍ସବ ଆୟୋଜିତ ହୋଇପାରି ନଥିବା ପ୍ରସଙ୍ଗ ସଭାପତି ବ୍ୟକ୍ତ କରିଥିଲେ । ପୁନର୍ବାର ଆୟୋଜନ ପାଇଁ ସୁଯୋଗ ସୃଷ୍ଟି ହୋଇଥିବାରୁ ସଦସ୍ୟମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖା ଦେଇଥିଲା । ଆଗାମୀ “ଖଡ଼ିଆଳ ମହୋତ୍ସବ-୨୦୨୩” ଜାନୁଆରୀ ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ମଧ୍ୟରେ ୫ ଦିନ ବ୍ୟାପୀ ପାଳନ କରିବା ପାଇଁ ଅନୁଷ୍ଠାନିକ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଅଞ୍ଚଳର ବିଲୁପ୍ତ ପ୍ରାୟ ଲୋକ କଳା, ଲୋକ ସଂସ୍କୃତିର ପୁନଃରୁତ୍ଥାନ ପାଇଁ ପ୍ରୟାସ କରାଯିବ । ବୈଠକରେ ବହୁମତ ଅନୁଯାୟୀ ମହୋତ୍ସବ ଆୟୋଜକ କମିଟିର ପୁନର୍ଗଠନ ହୋଇଥିଲା । ନୂତନ କମିଟିର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ, ଉପ-ସଭାପତି ଅମରେଶ ପଟ୍ଟନାୟକ ଓ ସୁଶାନ୍ତ ତାଣ୍ଡି, ସଂପାଦକ ସୁନୀଲ କୁମାର ସାହୁ, ସହ ସଂପାଦକ ଗିରିଧାରୀ ବିଭାର ଓ ପିୟୂଷ ରଞ୍ଜନ ପଣ୍ଡା, କୋଷାଧ୍ୟକ୍ଷ ଜାକିର ଅହମ୍ମଦ ଖାଁ, ସହ-କୋଷାଧ୍ୟକ୍ଷ ଆସୀବ ରାଜା, ସଂଯୋଜକ- ଡଃ ସୁଶାନ୍ତ କୁମାର ବିଶି, ପବିତ୍ର ମୋହନ ପ୍ରଧାନ, ଗୋପାଳ ଦାସ, ଅକ୍ଷୟ କୁମାର ନନ୍ଦ, ବିଭୂତି ଭୂଷଣ ବିଶି । ଏହାପରେ ଆବଶ୍ୟକ ଉପ ସମିତି ଗଠନ କରାଯାଇ ପ୍ରତିଟି କମିଟିର ଆବାହକଙ୍କୁ ସର୍ବ ସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ସ୍ମରଣିକା କମିଟି ଆବାହକ-ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ, ଅର୍ଥ କମିଟି ଆବାହକ-ନିସାର ଅହମ୍ମଦ ଖାଁ, ସାଂସ୍କୃତିକ କମିଟି- ମୁରଲୀଧର ପଟେଲ, ଖାଦ୍ୟ କମିଟି- ପ୍ରତାପ କେଶରୀ ପଟ୍ଟନାୟକ, ପ୍ରଚାର ପ୍ରସାର କମିଟି- ବିଶ୍ଵଜିତ ପାଢ଼ୀ, ଶୋଭାଯାତ୍ରା କମିଟି- ସୁରେନ୍ଦ୍ର କୁମାର, ଦଳଗତ ନୃତ୍ୟ କମିଟି- ଗଙ୍ଗାଧର ମହାନ୍ତି, କ୍ରୀଡ଼ା କମିଟି- ରତନ ସିଂ ବାରିକ, ମଞ୍ଚ କମିଟି- ଗୋବିନ୍ଦ ପଣ୍ଡା, ବୌଦ୍ଧିକ ବିକାଶ କମିଟି- ଗୌରାଙ୍ଗ କୁମାର ସାହୁ, ଦର୍ଶକ ଗେଲେରୀ ବ୍ୟବସ୍ଥାପକ କମିଟି- ରାଜକପୁର ବାରିକ, ପ୍ରଦର୍ଶନୀ କମିଟି- ଭୋଦେବ ସାହୁ, ଆଲୋଚନା ଚକ୍ର କମିଟି- ଡଃ ପଦ୍ମ ଲୋଚନ ବର୍ମା, ଭେଣ୍ଟିଙ୍ଗ ଜୋନ୍ କମିଟି- ଅମିତାଭ ପଟେଲ, ପରିମଳ କମିଟି-ଏନ୍.ଏ.ସି, ଖଡ଼ିଆଳ, ଶାନ୍ତି କମିଟି-ଆଇ.ଆଇ.ସି, ଖଡ଼ିଆଳ । ଆବାହକମାନେ ନିଜ ନିଜ କମିଟିର ଯୋଗ୍ୟ ସଦସ୍ୟ ଚୟନ କରିବାକୁ କୁହାଯାଇଥିଲା । ମହୋତ୍ସବ ଉପଦେଷ୍ଟା ମଣ୍ଡଳୀରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଖଡ଼ିଆଳ ଏନ୍ଏସି ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, କଳାହାଣ୍ଡି ସାଂସଦ, ବସନ୍ତ କୁମାର ପଣ୍ଡା, ଜିଲ୍ଲାପାଳ, ନୂଆପଡ଼ା, ସିନାପାଲି ବ୍ଲକ ଚେୟାରମେନ, ବୋଡ଼େନ ବ୍ଲକ ଚେୟାରମେନ, କୋମନା ବ୍ଲକ ଚେୟାରମେନ, ନୂଆପଡ଼ା ବ୍ଲକ ଚେୟାରମେନ, ନିମାଇଁ ଚରଣ ତାଣ୍ଡି, ଡଃ ଜିତାମିତ୍ର ପ୍ରସାଦ ସିଂହ ଦେବ, ଡଃ ଫଣିନ୍ଦମ ଦେଓ, ଶ୍ରୀକାନ୍ତ ଚାଟାର୍ଜୀ, ଜଗବନ୍ଧୁ ବାରିକ, ସୁଧୀର କୁମାର ପଟ୍ଟନାୟକ, ଡୋଳା ମୋହନ ସିଂ ବାବୁ, ମହେଶ କୁମାର ଦଣ୍ଡସେନା ଓ ମେଜର ଡଃ ରାମଚନ୍ଦ୍ର ମିଶ୍ର ପ୍ରମୁଖ ରହିଛନ୍ତି । ଖଡ଼ିଆଳ ମହୋତ୍ସବ-୨୦୨୩କୁ ବର୍ଣ୍ଣାଢ଼୍ୟ ସହକାରେ ପାଳନ କରିବା ପାଇଁ ଅନୁଷ୍ଠାନିକ ନିଷ୍ପତ୍ତି ନିଆଯାଇଛି ଏବଂ ଖଡ଼ିଆଳ ଅଞ୍ଚଳର ସଂସ୍କୃତିପ୍ରେମୀ, କବି, କଳାକାର, ବୁଦ୍ଧିଜୀବୀ ଓ ଜନସାଧାରଣ ମହୋତ୍ସବରେ ସକ୍ରିୟ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ସମାବେଶରେ ଅକ୍ଷୟ କୁମାର ରଥ, ୟାସିନ୍ ମହମ୍ମଦ, ଗୋବର୍ଦ୍ଧନ ସୁନା, ସନ୍ତୋଷ କୁମାର ପଟ୍ଟନାୟକ, ଆଦିତ୍ୟ ନାରାୟଣ ପାଣିଗ୍ରାହୀ, ଅଶୋକ କୁମାର ବାରିକ, ଅଶୋକ ବେହେରା, ସୋମନାଥ ଜଗତ, କଦମ୍ବ ଜଗତ, ପରମେଶ୍ବର ବାରିକ, ଅଶ୍ବିନୀ ପଟ୍ଟନାୟକ, ପୱନ ତ୍ରିବେଦୀ, ଉମାକାନ୍ତ ରାଉତ, ବିଜୟ କୁମାର ସହୀସ, ସୁଶାନ୍ତ ପଟ୍ଟନାୟକ, ଜୟନ୍ତ ସାହୁ, ରଞ୍ଜିତ ବାଗ, ବିଜୟ କୁମାର ହୋତା ଓ ସରୋଜ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ବୈଠକରେ ଶତାଧିକ ସଦସ୍ୟ ଅଂଶଗ୍ରହଣ କରିଥିଲେ । ସଂପାଦକ ସୁନୀଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post