ବରଗଡ଼, (ନିରୋଜ କୁମାର ପାଣୀ) : ଦୀର୍ଘ ଦୁଇବର୍ଷ ବ୍ୟବଧାନ ପରେ ପ୍ରତ୍ୟେକ ମଣ୍ଡପରେ ମହାସମାରୋହରେ ପାଳନ ହେବାକୁ ଯାଉଛି ଚଳିତ ବର୍ଷ ଦୁର୍ଗାପୂଜା । ଏଥିପାଇଁ ପ୍ରତ୍ୟେକ ପୂଜା କମିଟି ତତ୍ପରତା ଦେଖାଇଛନ୍ତି । ବରଗଡ଼ ସହରରେ ପ୍ରାୟତଃ ୨୫ଟି ମଣ୍ଡପରେ ଦୁର୍ଗାପୂଜା ହେଉଥିବା ବେଳେ ସହର ଆଖପାଖ ଗ୍ରାମମାନଙ୍କରେ ମଧ୍ୟ ଧୁମ୍ଧାମ୍ରେ ଦୁର୍ଗାପୂଜା ପାଳିତ ହୋଇଥାଏ । ବିଶେଷକରି ବରଗଡ଼ ନିକଟସ୍ଥ ଗୁଡେଶିରା ଗ୍ରାମର ଦୁର୍ଗାପୂଜାର ଅନେକ ସ୍ୱତନ୍ତ୍ରତା ରହିଛି । ଚଳିତ ବର୍ଷ ୫୬ତମ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁଡେଶିରା ଗ୍ରାମର ରାମଜୀ ମନ୍ଦିର ପରିସରରେ ହୋଇଥିବା ବୈଠକରେ ଚଳିତ ବର୍ଷ କିପରି ମହାସମାରୋହରେ ପୂଜା ଆୟୋଜନ କରାଯାଇପାରିବ ସେନେଇ ବିଚାର ବିମର୍ଷ ହୋଇଥିଲା । ଚଳିତ ବର୍ଷ ପୂଜା ଆୟୋଜନ ପାଇଁ ସଭାପତି ଭାବେ ସୁବାଷ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିବା ବେଳେ, ଉପସଭାପତି ଭାବେ ମନୋରଞ୍ଜନ ଦାଶ, ସମ୍ପାଦକ ଭାବେ ଆଦିକନ୍ଦ ଦାଶ, କୋଷାଧ୍ୟକ୍ଷ ଭାବେ ପରେଶ ଦାଶଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ବୁଦ୍ଧଦେବ ଦାଶ, ସୁନିଲ କୁମାର ଦାଶ, ଚେତନ କୁମାର ଦାଶ, ମନବୋଧ ଆଚାର୍ଯ୍ୟ, ବଦ୍ରି ପ୍ରସାଦ ଦାଶ ପ୍ରମୁଖ ସଦସ୍ୟ ଭାବେ କାର୍ଯ୍ୟ ତୁଲାଇବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା ଅଛି ବୋଲି ନବ ନିଯୁକ୍ତ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
Prev Post