ବରଗଡ ଶାଖାର ଓଡିଶା ଚୁକ୍ତି ଭିତ୍ତିକ କର୍ମଚାରୀ ସଙ୍ଘର ବୈଠକ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସମତା ଭବନଠାରେ ଗତକାଲି ଓଡ଼ିଶା ଚୁକ୍ତି ଭିତ୍ତିକ କର୍ମଚାରୀ ସଙ୍ଘର ବରଗଡ ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା କମିଟି ସଭାପତି ବଳରାମ ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଆନ୍ଦୋଳନ ବିଷୟରେ ଆଲୋଚନା ହୋଇଥିଲା । ଏହି ଆନ୍ଦୋଳନକୁ କିଭଳି ଭାବରେ ସଫଳ କରାଯିବ ସେନେଇ ଆଲୋଚନା କରିଥିଲେ । ସେହିପରି ଓଜିସିଇଏ ବା (ଓଡ଼ିଶା ଗଭର୍‌ମେଣ୍ଟ କଣ୍ଟ୍ରାକ୍ଟଚୁଏଲ୍ ଏମ୍ପ୍ଲୟୀ ଏସୋସିଏସନ୍) ଓଡ଼ିଶା ଚୁକ୍ତି ଭିତ୍ତିକ କର୍ମଚାରୀ ସଙ୍ଘର ଛତା ତଳେ ସମସ୍ତେ ଏକତ୍ରିତ ହୋଇ ୧୧ ତାରିଖର ଆନ୍ଦୋଳନକୁ ସଫଳ କରିବାକୁ ସମସ୍ତେ ଶପଥ ନେଇଥିଲେ । ଏହି ଆଲୋଚନାରେ କନିଷ୍ଠ ଶିକ୍ଷକ ସଂଘର ସଭାପତି ସୌମ୍ୟ ରଞ୍ଜନ ପ୍ରଧାନ, ଚୁକ୍ତି ଭିତ୍ତିକ ହାଇସ୍କୁଲ ଶିକ୍ଷକ ସଂଘର ନିମାଇଁ ଦାଶ, ପିଆର ବିଭାଗର ବାଳ ମୁକୁନ୍ଦ ସେନ, ବନ ବିଭାଗର ପ୍ରତ୍ୟୁଷ ମଲ୍ଲିକ, କୃଷି ବିଭାଗର ଅଭିଜିତ କୁମାର ବିଶି, ଡ୍ରଗସ କଣ୍ଟ୍ରୋଲ ବିଭାଗର ମହେନ୍ଦ୍ର ଦୀପ, ଅମଲା ବିଭାଗର ଅରୁଣ ରାଜହଂଶ ପ୍ରମୁଖ ନେତୃବୃନ୍ଦ ନିଜ ନିଜ ମତ ରଖିଥିଲେ । ଓଡ଼ିଶା ଚୁକ୍ତି ଭିତ୍ତିକ କର୍ମଚାରୀ ସଙ୍ଘର ଏହି ବୈଠକରେ ବରଗଡ ଜିଲ୍ଲାର ବିଭିନ୍ନ ବିଭାଗର ଶତାଧିକ କର୍ମଚାରୀ ଯୋଗ ଦେଇଥିଲେ । ସଭା ପରିଚଳନାରେ ଜିଲ୍ଲା ସଂଘର ଆବାହକ ତଥା ପୂର୍ବତନ ସଭାପତି ନରୋତ୍ତମ ପଣ୍ଡା, ମୁକେଶ ଭୋଇ, ସୁବ୍ରତ ସାହୁ, ଲିଙ୍କନ ସରାଫ, ଗାୟତ୍ରୀ ପ୍ରଧାନ, ରାଜେଶ୍ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଜିଲ୍ଲା ସମ୍ପାଦକ ପରେଶ୍ କୁମାର ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.