ବନ୍ୟା ସ୍ଥିତିର ସମୀକ୍ଷା ବୈଠକ : ବିଭାଗର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିବେ ଜଳସଂପଦ ମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବନ୍ୟା ସ୍ଥିତିର ସମୀକ୍ଷା କରିବେ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ । ସୋମବାର ଦିନ ୧୧ଟାରେ ଏହି ସମୀକ୍ଷା ବୈଠକ ବସିବ । ଖବର ଅନୁଯାୟୀ, ରାଜ୍ୟରେ ଦେଖା ଦେଇଥିବା ବନ୍ୟା ସ୍ଥିତିକୁ ନେଇ ଆକ୍ସନକୁ ଆସିଛି ରାଜ୍ୟ ସରକାର । ରବିବାର ଏନେଇ ସମୀକ୍ଷା ବୈଠକ କରିଥିଲେ ଜଳସଂପଦ ମନ୍ତ୍ରୀ ।
ଏହାପରେ ସୋମବାର ପୁଣି ଥରେ ସମୀକ୍ଷା ବୈଠକ ବସିବାକୁ ଯାଉଛି । ଦିନ ୧୧ଟାରେ ବସିବାକୁ ଥିବା ଏହି ବୈଠକରେ ଜଳସଂପଦ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଖାସ୍‌ କରି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ବୈତରଣୀ ଓ ବ୍ରାହ୍ମଣୀ ନଦୀର ସ୍ଥିତି ଓ ବିଭାଗର ପଦକ୍ଷେପ ନେଇ ବୈଠକରେ ହେବ ଆଲୋଚନା ।

Leave A Reply

Your email address will not be published.