ପୁରୁଣା ପେନସନ୍‌ ଦାବୀ ନେଇ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡସ୍ତରୀୟ ନୂତନ ପେନସନ୍‌ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ଏକ ବୈଠକ ସ୍ଥାନୀୟ ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଯାଇଛି । ୨୦୦୫ ପରବର୍ତ୍ତୀ ସମୟରେ ନିଯୁକ୍ତ ସମସ୍ତ କର୍ମଚାରୀଙ୍କ ପେନସନ୍‌ ଉଚ୍ଛେଦ କରିଛନ୍ତି । ଏହା ଫଳରେ ଚାକିରିରୁ ଅବସର ନେଉଥିବା ସମସ୍ତ କର୍ମଚାରୀଙ୍କ ଅବସ୍ଥା ଶୋଚନୀୟ ହୋଇପଡୁଛି । ପ୍ରାଥମିକ ଶିକ୍ଷକଙ୍କ ଅବସ୍ଥା ଆହୁରି ଦୁର୍ବିସହ ହୋଇପଡୁଛି । ବିଲମ୍ବରେ ଚାକିରିରେ ଯୋଗଦାନ ଓ ଛଅ ବର୍ଷ ଠିକା ନିଯୁକ୍ତିରେ ରହିଲା ପରେ ଅଳ୍ପ କେତେ ବର୍ଷରେ ଅବସର ନେଉଥିବା ଶିକ୍ଷକଙ୍କ ପେନସନ୍‌ ଅତି ନଗଣ୍ୟ । ଅଧିକାଂଶ କର୍ମଚାରୀ ଅବସରର ଅଳ୍ପ ଦିନ ମଧ୍ୟରେ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇ ରୋଗଗ୍ରସ୍ତ ହୋଇ ପଡୁଛନ୍ତି । ତେଣୁ ପୁରୁଣା ପେନସନ୍‌କୁ ପୁନଃ ଲାଗୁ କରିବା ଅପରିହାର୍ଯ୍ୟ ହୋଇପଡିଛି ବୋଲି ଏହି ବୈଠକରେ ମତପ୍ରକାଶ ପାଇଥିଲା । ଲାଲଚନ ବଗର୍ତ୍ତୀ, ମଣି କୁମ୍ଭାର, ଯୁବରାଜ ବିଭାର, ଶୁଶିଲ ପୋଢ ତଥା ଦେବଦତ୍ତ ମେହେରଙ୍କ ଆବାହନରେ ଆଜିକାର ପ୍ରସ୍ତୁତି ବୈଠକ ବସିଥିଲା । ଅରୁଣ ତ୍ରିପାଠୀ, ଗୋବିନ୍ଦ ମେହେର, ଜୟଦେବ ସୁନା, ସବିତା ମହରା, ସାରଥୀ ବାଗ, ସୁମନ୍ତ ପୁରୋହିତ, ଗୋପୀନାଥ ସାହୁ, ଗୋପାଳ ନାଗ, ସଂଜୁବତୀ ନାଗ, ବିଘ୍ନରାଜ ପଧାନ, ସୁସାନ୍ତ ରାହା, ବୀରେନ୍ଦ୍ର ତାଣ୍ଡି, ସବ୍ୟସାଚୀ ବର୍ଗେ ତଥା ପାଟଣାଗଡ, ଖପ୍ରାଖୋଲ ଓ ବେଲପଡାରୁ ଅନେକ ଶିକ୍ଷକ ଯୋଗ ଦେଇ ନିଜର ମତାମତ ରଖିଥିଲେ । ଆଗାମୀ ଦିନରେ ଶିକ୍ଷକମାନଙ୍କ ଅଧିକାର ନିମନ୍ତେ ଅଧିକ ସଂଗଠିତ ହୋଇ ପ୍ରତି ବ୍ଲକ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସିଦ୍ଧାନ୍ତ ନିଆଯାଇଥିଲା । ଶେଷରେ ବିରଞ୍ଚି ମହଲା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!