oom

ନୂତନ ପିଇଓଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

jsmm

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଯୋଗ ଦେଇଥିବା ନିଯୁକ୍ତ ନୂତନ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ଭାରପ୍ରାପ୍ତ ବିଡିଓ ଭରତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ବିଡିଓଙ୍କ ପ୍ରକୋଷ୍ଠରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ନୂତନ ଭାବେ ଯୋଗ ଦେଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ପିଇଓଙ୍କ ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ପରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସାଲକୋ ହେମ୍ବ୍ରମ, ସହକାରୀ ଯନ୍ତ୍ରୀ ଭାବେ ଦାୟିତ୍ୱରେ ଥିବା ବାଞ୍ଛାବଟ ପାଣ୍ଡେ, ଜିପିଇଓ ଜ୍ଞାନ ରଞ୍ଜନ ଭୋଇ ଏବଂ ମନରେଗା ଏପିଓ ଅଶୋକ ମୁଦି ବ୍ଲକ ତଥା ଗ୍ରାମ ପଞ୍ଚାୟତମାନଙ୍କରେ ଆବାସ ଯୋଜନା ଏବଂ ମନରେଗା ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପରିଚାଳନା ନେଇ ବୈଠକରେ ଆଲୋଚନା ହୋଇଥିଲା । ଏସବୁ କାର୍ଯ୍ୟ ଗୁଡିକର ଉଚିତ ତଦାରଖ କରିବା ସହିତ ପାନୀୟ ଜଳ ଯୋଗାଣ, ଭତ୍ତା ଏସବୁ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ପଡିବ ବୋଲି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.