ବିଧାୟିକାଙ୍କ ଦ୍ଵାରା ସ୍ୱାସ୍ଥ୍ୟ ଓ ବିକାଶ ସମ୍ବନ୍ଧୀୟ ଜରୁରୀ ବୈଠକ

ରେଙ୍ଗାଲି : ବ୍ଲକ କାର୍ଯ୍ୟାଳୟର ସଭଗୃହରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ମେହେର, ବ୍ଲକ ଉପାଧ୍ୟକ୍ଷ ଅନନ୍ତ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ବୈଠକରେ ଅଞ୍ଚଳରର ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍, ଶିଶୁ ବିକାଶ, କୃଷି, ପଶୁ ସମ୍ପଦ ଆଦି ବିଭାଗୀୟ ସମସ୍ୟା ଓ ତାର ସମାଧାନ ନିମନ୍ତେ କି. କି ପଦକ୍ଷେପ, କି.କି ଯୋଜନା କରାଯାଇପାରିବ ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଏହା ପରେ ୬୪ ଜଣ ବିଧବା, ୧୫ ଜଣ ଅବିବାହିତା, ୨୫ ଜଣ ଦିବ୍ୟାଙ୍ଗ, ୩ଜଣ ମହିଳା ଓ ୮୨ ଜଣଙ୍କୁ ବାର୍ଦ୍ଧକ୍ୟମାନଙ୍କୁ ମୋଟ ୧୮୯ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ, ସମସ୍ତ ଜିଲ୍ଲା ପରିଷଦ ଉପସ୍ଥିତ ରହି ଉପରୋକ୍ତ ସମସ୍ୟା ଗୁଡ଼ିକର ଆଲୋଚନା କରାଯାଇଥିଲା । ଏହି ବୈଠକରେ ବିଜୁ ଜନତା ଦଳର ସିଦ୍ଧାର୍ଥ ଶଙ୍କର ପଣ୍ଡା, ବିଧାୟିକା ପ୍ରତିନିଧି ଗଣେଶ ସାହୁ, ବଳରାମ ପ୍ରଧାନ, ଟଙ୍କ ଦାଶ, ସତ୍ୟ ମିଶ୍ର ତଥା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଶେଷରେ ଗିରୀନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.