ବେନ୍ଦ୍ରା ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ୫ଟିରେ ରୂପାନ୍ତରିତ ପାଇଁ ପ୍ରସ୍ତୁତି ବୈଠକ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ପୂର୍ବାହ୍ନ ୯ଘଟିକା ସମୟରେ ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିକରଣର ମାଷ୍ଟର ପ୍ଲାନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ପର୍ଯ୍ୟାୟରେ ସାମିଲ ହୋଇଥିବା ୮ଗୋଟିି ସ୍କୁଲ ମଧ୍ୟରେ ବେନ୍ଦ୍ରା ଉଚ୍ଚ ବିଦ୍ୟାଳୟକୁ ସାମିଲ କରାଯାଇଥିବାରୁ ଅଞ୍ଚଳର ଶିକ୍ଷାପ୍ରେମି ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି । ବୈଠକରେ ଗ୍ରାମର ବରିଷ୍ଠ ବୁଦ୍ଧିଜୀବୀ ସହ ବେନ୍ଦ୍ରା ଗ୍ରାମ ପଞ୍ଚାୟତ ସରପଞ୍ଚ ରବୀନ୍ଦ୍ର ସାହୁ, ବେନ୍ଦ୍ରା ସେବା ସମବାୟ ସମିତି ସଭାପତି ଉତ୍ତମ ଭୋଇ, ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ, ପୁରାତନ ଛାତ୍ର ଗୋଷ୍ଠୀ, ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ଆଜିକାର ବୈଠକରେ ସିଦ୍ଧାନ୍ତ ଅନୁଯାୟୀ ଉକ୍ତ କାମ ଠିକାଦାର କରି ବ। ଏକ ତଦାରଖ କମିଟି ଗଠନ କରାଯାଇଛି । ତଦାରଖ କମିଟି ତଥା ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ ଗ୍ରାମବାସୀ ସମସ୍ତେ ମିଶି କିଭଳି ଉନ୍ନତମାନର କାମ ହେବ ବିଦ୍ୟାଳୟ ପରିସରକୁ ପରିଦର୍ଶନ କରି ଯୋଜନା ପାଇଁ ମତାମତ ଦେଇଥିଲେ । ପ୍ରଧାନ ଶିକ୍ଷକ ସେବଦତ୍ତ ପଧାନ ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟ ରୁପେ ଗଢି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.