ସେପ୍ଟେମ୍ବର ୪ରୁ ପୁରୁଷ ଓ ତୃତୀୟ ସପ୍ତାହରୁ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ : ଜିଲ୍ଲା କ୍ରୀଡା ସଂସଦର ଟୁର୍ଣ୍ଣାମେଣ୍ଟ କମିଟି ବୈଠକ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ସୁପରିଚାଳନା ସକାଶେ ଟୁର୍ଣ୍ଣାମେଣ୍ଟ ଓ ଟ୍ରାନ୍ସଫର କମିଟି, ଚୟନ କମିଟି ଓ ଅମ୍ପାୟାର କମିଟି ବୈଠକ ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଓ ସମ୍ପାଦକ ହରିନାରାୟଣ ପୁଜାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. ମିଶ୍ର ଟୁର୍ଣ୍ଣାମେଣ୍ଟ ପରିଚାଳନାର ନିୟମାବଳୀ ଉପରେ ସଭ୍ୟମାନଙ୍କୁ ଅବଗତ କରାଇଥିବା ସଂଘ ସୁତ୍ରରୁ ପ୍ରକାଶ ପାଇଛି । ପରେ ପରେ ଉପସ୍ଥିତ କମିଟି ସଭ୍ୟମାନଙ୍କ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଫୁଟବଲ ଦଳକୁ ନିୟମାବଳୀ ଚିଠା ଯଥା ଶୀଘ୍ର ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଆଗାମୀ ସେପ୍ଟେମ୍ବର ୪ରେ ଆରମ୍ଭ ହେବାକୁ ଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ୍ (ପୁରୁଷ)ରେ ଅଂଶଗ୍ରହଣକାରୀ ପ୍ରତିଯୋଗୀ ଦଳ ଗୁଡ଼ିକ ସେମାନଙ୍କ ପ୍ରବେଶିକା ଫର୍ମ ସହ ଦେୟ ଦାଖଳ କରିବା ପାଇଁ ସୂଚନା ଦିଆଯାଇଛି । ଏହି ଫର୍ମ ଓ ଦେୟ ସେମାନେ ଜିଲ୍ଲା କ୍ରୀଡା ସଂସଦ କାର୍ଯ୍ୟାଳୟରେ କିମ୍ବା ଫୁଟବଲ ସମ୍ପାଦକ ହେମନ୍ତ ବେହେରା ଓ କମିଟି ସଭ୍ୟ ଡ. ସିଦେ୍ଧଶ୍ୱର ମିଶ୍ରଙ୍କ ନିକଟରେ ସିଧାସଳଖ ଦାଖଲ କରିପାରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆବଶ୍ୟକ ହେଲେ ମୋ: ନଂ ୯୪୩୭୧୯୪୭୬୪ ଓ ୯୪୩୯୪୨୩୩୨୫ ମାଧ୍ୟମରେ ଯୋଗାଯୋଗ କରିବାକୁ ସଂସଦ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ପୁନଶ୍ଚ ଚଳିତ ବର୍ଷ ସେପ୍ଟେମ୍ବର ତୃତୀୟ ସପ୍ତାହରେ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାକୁ ମଧ୍ୟ କମିଟିରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସାଧାରଣ ସମ୍ପାଦକଙ୍କ ସୁତ୍ରରୁ ଜଣାପଡ଼ିଛି ।
ଆଜିର ବୈଠକରେ ଟ୍ରାନ୍ସଫର ଓ ଟୁର୍ଣ୍ଣାମେଣ୍ଟ କମିଟି ଚେୟାରମ୍ୟାନ ପ୍ରଭାତ କୁମାର ମିଶ୍ର, ସଭ୍ୟ ଭୁପେନ୍ଦ୍ର ସିଂବାବୁ, ଇଂ ନାରାୟଣ ପ୍ରସାଦ ମିଶ୍ର, ଡ. ସିଦେ୍ଧଶ୍ୱର ମିଶ୍ର, ଶ୍ରୀକାନ୍ତ ରାଉତ, ସୁଧାଂସୁ ସେଠ, ଶରତ କୁମାର ନନ୍ଦ, ନିଶାର କାନ୍ତ ନାଗ, ନରସିଂ ସ୍ୱାମୀ ନାଇଡୁ, ସୁନିଲ କୁମାର ବିଶ୍ୱାଳ, ସଂସଦର ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ ଓ ଫୁଟବଲ ସମ୍ପାଦକ ହେମନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ନିଜସ୍ୱ ମତାମତ ପ୍ରକାଶ ପୂର୍ବକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଫୁଟବଲ ସମ୍ପାଦକ ଶ୍ରୀଯୁକ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।