oom

ଜିଲ୍ଲା ଭାଜପାର କାର୍ଯ୍ୟକାରୀ ବୈଠକ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ କମିଟିର ବୈଠକ ଜିଲ୍ଲା କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବରଗଡ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ କର୍ମୀମାନେ ତୃଣମୂଳ ସ୍ତରରୁ ପୁନଃ କାର୍ଯ୍ୟ ଆରମ୍ଭ କରି ଦଳ ଓ ସଂଗଠନକୁ ମଜବୁତ କରିବାକୁ ଆହ୍ୱାନ କରିଥିଲେ । ସେହିପରି ଜିଲ୍ଲାରେ ବର୍ତ୍ତମାନ ବିଶେଷ କରି ପଦ୍ମପୁର ଉପଖଣ୍ଡର ଚାଷୀଭାଇମାନଙ୍କ ଫସଲ ବୀମା ମିଳୁ ନାହିଁ । ବୀମା କମ୍ପାନୀ ଏଚ୍‌ଡିଏଫ୍‌ସି ଏଗ୍ରୋ ବୀମା ଭୁକ୍ତ ଚାଷୀମାନଙ୍କୁ ତାଙ୍କ ବୀମା ରାଶି ପ୍ରଦାନ କରୁ ନାହିଁ । ଫଳରେ ଚାଷୀମାନେ ତାଙ୍କ ହକ୍‌ରୁ ବଞ୍ଚିତ ହେଉଛନ୍ତି । କମ୍ପାନୀ ବିରୁଦ୍ଧରେ ଆନ୍ଦୋଳନ ତୀବ୍ର କରିବାକୁ କହିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିଷ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ମହମ୍ମଦ ରଫିକ, ସୁରେଶ୍ଵର ଶତପଥୀ, କୁଶ କଲେତ, ସନତ ଗଡତିଆ, ଅଶୋକ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରମୁଖ ମଞ୍ଚାସୀନ ଥିଲେ ।

jittmm
Leave A Reply

Your email address will not be published.