ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମିଶନ ଉ.ପ୍ରା. ସ୍କୁଲଠାରେ ସମ୍ପାଦକ ହରେକୃଷ୍ଣ ରଥଙ୍କ ଆବାହନ କ୍ରମେ ସଭାପତି ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଉପଦେଷ୍ଟା କମିଟିରୁ ସୁଚିତ୍ରା ସୁନା, ଆନନ୍ଦ ଯୋଷୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ସମସ୍ତ ପ୍ରାଥମିକ ଶିକ୍ଷକ ଆନ୍ତର୍ଜାତୀୟ ଶିକ୍ଷକ ସଂଗଠନର ଅନୁମୋଦନରେ ଏକତ୍ରିତ ହେବା ପାଇଁ ପରାମର୍ଶ ଦେଇଥିଲେ । ଶିକ୍ଷକ ସଂଗଠନରେ ଗଣତନ୍ତ୍ର ସୁରକ୍ଷା ନିମନ୍ତେ ଆସନ୍ତା ଏପ୍ରିଲ ୧୧,୨୦୨୧ରେ ନିର୍ବାଚନ ଦିନ ଧାର୍ଯ୍ୟ କରାଗଲା । ନିର୍ବାଚନ ପର୍ଯ୍ୟନ୍ତ ସଂଘ କାର୍ଯ୍ୟ ତୁଳାଇବା ପାଇଁ ଶାନ୍ତିଲତା ସାହୁ (ରାଜ୍ୟ ଉପସଭାପତି)ଙ୍କ ତତ୍ୱାବଧାନରେ ଜିଲ୍ଲା ସଂଘର ସଭାପତି ଭାବେ ଦେବଦତ୍ତ ମେହେର, ସମ୍ପାଦକ ହରେକୃଷ୍ଣ ରଥ, ଆଂଚଳିତ ସମ୍ପାଦକ ତପନ ଦାସ (ଟିଟିଲାଗଡ), ହେମନ୍ତ ସାହୁ (ବଲାଙ୍ଗିର), ସୁଶୀଲ ପୋଢ (ପାଟଣାଗଡ) ଉପସଭାପତି ଭାବେ ତୁଷାର କର୍ମି, ପ୍ରଶାନ୍ତ ପୁରୋହିତ, ବସନ୍ତ ବୁଡେକ, ରଶ୍ମିତା ମହାନ୍ତି, ସହସଂପାଦକ ଭାବେ ପ୍ରକାଶ ପଣ୍ଡା, ବିଶ୍ୱ ରଞ୍ଜନ ମିଶ୍ର, ଜିତେନ ମାଝି ଓ ଅନୁପମା ପ୍ରହରାଜଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । ସୋସିଆଲ ମିଡିଆ ପାଇଁ ବନମାଲି ସାହୁ ଓ କୋଷାଧ୍ୟକ୍ଷ ଭାବେ ଉପେନ୍ଦ୍ର ମେହେରଙ୍କୁ ଦାୟିତ୍ୱ ଦିଆଗଲା । ଜିଲ୍ଲା ସାଂଗଠନିକ ସମ୍ପାଦକ ଭାବେ ଜୟଦେବ ବିଶି, ମହିଳା ପ୍ରକୋଷ୍ଠ ସଭାନେତ୍ରୀ ପ୍ରଜ୍ଞା ପରିମିତା ବହିଦାର, ସମ୍ପାଦିକାଭାବେ ସବିତା ମହରା, ଅଫିସ ସେକ୍ରେଟାରୀ ଭାବେ ରସୁଲ ଖାଁ ଓ ଜିଲ୍ଲା ଶିକ୍ଷକ ସଂଘ ସଂଯୋଜକ ଭାବେ ରଘୁନାଥ ଷଡଙ୍ଗୀଙ୍କୁ ଦାୟିତ୍ୱ ବଂଟନ କରାଯାଇଥିଲା । ସର୍ବ ଶେଷରେ ଜିଲ୍ଲା କାର୍ଯ୍ୟକାରୀ କମିଟି ଏମ୍‌.ଏ.ସି.ପି. କାମ ତ୍ୱରାନ୍ୱିତ କରିବା ପାଇଁ ଡି.ଇ.ଓ ଅଫିସର ଦୃଷ୍ଟି ଆକର୍ଷଣ କରିବାକୁ ଦାବୀ ଉପସ୍ଥାପନା କରାଗଲା । ସ୍କୁଲ ଖୋଲିବା ପୂର୍ବରୁ ଶିକ୍ଷକମାନଙ୍କର ରେସନାଲାଇଜେସନ୍‌ କାମ ଓ ମଧ୍ୟାହ୍ନ ଭୋଜନର ଚାଉଳ ବଂଟନ ବେଳେ ଓଜନ କରି ଦେବାକୁ ତଥା ସ୍କୁଲ ଗୃହ ନିର୍ମାଣ କାମରେ ଶିକ୍ଷକମାନଙ୍କ ଏନ୍‌.ଡି.ସି. ପାଇଁ କାର୍ଯ୍ୟାଳୟରୁ ଯେମିତି ହଇରାଣ ନ ହୁଅନ୍ତି ସେସବୁ କଥା ଡି.ପି.ସି.ଙ୍କୁ ଜଣାଇବା ପାଇଁ ଜିଲ୍ଲା ସଂଘଙ୍କୁ ଦାବୀ ଜଣାଇଲା । ସର୍ବ ଶେଷରେ ଆଗଲପୁର ବ୍ଲକ ଶିକ୍ଷକ ସଂଘର ସଭାପତି ଦୁର୍ଯ୍ୟୋଧନ ପଶାୟତ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.