oum

ଆଜି ଭାଜପାର କାର୍ଯ୍ୟକାରିଣୀ ବୈଠକ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଭାଜପାର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଚାଷୀ ନୀତି, ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବା, ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ନିର୍ୟାତନା ଭଳି ପ୍ରସଙ୍ଗକୁ ନେଇ ଆଲୋଚନା କରିବ ଭାଜପା । ଅନ୍ୟପଟେ, ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେଇଥିଲେ । ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ସମେତ ସାଙ୍ଗଠନିକ ପ୍ରସଙ୍ଗକୁ ନେଇ ବୈଠକରେ ଆଲୋଚନା ହୋଇଛି । ସେହିପରି ଦଳର ରାଜନୈତିକ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା କରାଯାଇଛି । ଏହା ବୁଧବାର ଅନୁଷ୍ଠିତ ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ପାରିତ ହେବ ।

Leave A Reply

Your email address will not be published.