ସିନ୍ଧେକେଲା, (କେପିଏନ୍ଏସ୍) : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚଳିତ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କମିଟି ସଭାପତି ଉମାକାନ୍ତ ସାହୁ, ସାଧାରଣ ସମ୍ପାଦକ ଅନିଲ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ପରିଚାଳନା ସଂପର୍କରେ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସିନ୍ଧେକେଲା ରାଜ ପରିବାର ମୁଖ୍ୟ ଅରୁଣ ସିଂହଦେଓ, କମିଟି କୋଷାଧ୍ୟକ୍ଷ ଜଗନ୍ନାଥ ଜୈନ, ବଣିକ ସଂଘ ସଭାପତି ସୁବାସ ଜୈନ, ପୂର୍ବ ସଭାପତି ସରୋଜ ଜୈନ, ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲ, କମିଟି ଉପଦେଷ୍ଟା କରମଚନ୍ଦ ଜୈନ, ମୁନିରାମ ଜୈନ, ଅଶୋକ ଜୈନ, ମୁଖ୍ୟ ପୂଜକ ପ୍ରମୋଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post
Next Post