oom

ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ କୁଲତା ଯୁବ ସଂଗଠନର ସମୀକ୍ଷା ବୈଠକ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ପୀଠ ସ୍ଥିତ ଶ୍ରୀ ରଣେଶ୍ୱର ରାମଚଣ୍ଡୀ କୁଲତା ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କର୍ମୁ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଏହି ସଭାରେ ବିଗତ ବୈଶାଖ ମେଳା ଉପଲେକ୍ଷ ଖୋଲା ଯାଇଥିବା ଅନ୍ନଛତ୍ରର ଆୟବ୍ୟୟ ବିଷୟରେ ଆଲୋଚନା ସହିତ କେତୋଟି ପ୍ରସ୍ତାବ ଉପରେ ଆଲୋଚନା କରି ସର୍ବ ସମ୍ମତି କ୍ରମେ ତାହା ଗୃହୀତ ହୋଇଥିଲା । ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ଯୁବ ସଂଗଠନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ପାଇକମାଲରେ ଏକ ଯୁଗ୍ମ ଜମାଖାତା ଖୋଲିବା ପାଇଁ ସ୍ଥିର କରାଯାଇଥିଲା । କେଶବ ସାହୁ (ପାଇକମାଲ) ଓ ଜର୍ଜଗଡର ଭୁବନେଶ୍ୱର ସାହୁଙ୍କ ନାମରେ ବ୍ୟାଙ୍କ ଯୁଗ୍ମ ଖାତା ଖୋଲାଯିବା ପାଇଁ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ କୁଲତା ସମାଜ ଯୁବ ସଂଗଠନ ସହଯୋଗରେ ଏକ ଶୌଚାଳୟ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇ ପାଣ୍ଠି ସଂଗ୍ରହ କରିବା ପାଇଁ ସ୍ଥିର କରାଯାଇଥିଲା । ଏହି ସଭାରେ କୁଲତା ସମାଜ ଯୁବ ସଂଗଠନ ସଭାପତି ଡା ବୁଲୁ ବାରିକ, ପ୍ରଭାତ କୁମାର ବିଶ୍ବାଳ, ଦୀପକ ଭୋଇ, ସଦାନନ୍ଦ ପ୍ରଧାନ, ଗିରିଧାରୀ ପାତ୍ର, ମୀନକେତନ ବଢେଇ, ଅକ୍ଷୟ କୁମାର ସାହୁ, ରୋହିତ ବାରିକ, କେଶବ ସାହୁ, ଭୁବନେଶ୍ୱର ସାହୁ, ଇନ୍ଦ୍ରଜିତ ଭୋଇ, ଚିତ୍ତରଞ୍ଜନ ପ୍ରଧାନ, ଶୁକଦେବ ପ୍ରଧାନ, ଦିବାକର ଗଡତିଆ, ଡୋଲାମଣି ବଢେଇ, ବିଜୟ ପ୍ରଧାନ, ଗୋକୁଳା ପ୍ରଧାନ, ଦୀନବନ୍ଧୁ ଭୋଇ, ମନ୍ଦିର ପୂଜକ ଉଦ୍ଧଧବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ଯୋଗେନ୍ଦ୍ର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.