ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ସାଧାରଣ ପରିଷଦ ବୈଠକ : ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ସ୍ଥାନୀୟ ଅମଲା ଭବନ ଠାରେ ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବା ସହ ଆଗାମୀ ତିନି ବର୍ଷ ପାଇଁ ନୂତନ ଭାବେ ନିର୍ବାଚିତ ହୋଇଥିବା ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ଓ ସାଧାରଣ ସଂପାଦକ ନାରାୟଣ ପାଢୀଙ୍କୁ ଶପଥ ପାଠ କରାଯାଇଥିଲା । ଏହି ଅବସରରେ ସଭାପତି ପ୍ରଫେସର ଶ୍ରୀ ମିଶ୍ର ତାଙ୍କର ନୂତନ ଟିମ ଚୟନ କରି ନାମ ଘୋଷଣା କରିଥଲେ । ଉପସଭାପତି ଭାବେ ଅଶୋକ କୁମାର ମିଶ୍ର, ଜଏଣ୍ଟ ସେକ୍ରେଟେରୀ ଦିବାକର ହୋତା ଓ ଟ୍ରେଜେରର୍‌ ଭାବରେ ଅଶୋକ କୁମାର ଚାନ୍ଦଙ୍କୁ ଚୟନ କରାଯାଇଥିଲା । ଉପଦେଷ୍ଟା ଭାବରେ ବିକ୍ରମାନନ୍ଦ ବହିଦାର, ବୃନ୍ଦାବନ ବରାଳ, ଧର୍ମବ୍ରତ ରଥ, ଗୋପବନ୍ଧୁ ପୁରୋହିତ, ନିତ୍ୟାନନ୍ଦ ମିଶ୍ର, ପ୍ରଭାକର ମିଶ୍ର, ଗୋପଭୂଷଣ ନାଥଙ୍କୁ ନିଆଯାଇଛି । ସେହିପରି କାର୍ଯ୍ୟକାରୀଣୀ କମିଟି ସଦସ୍ୟ ଭାବରେ ବିନୟ କୁମାର ମିଶ୍ର, ଛବିଲାଲ ବେହେରା, ହିତେଶ କୁମାର ସାହୁ, ମହେଶ୍ୱର ସାହୁ, ମନୋରଜଂନ ପୁରୋହିତ, ଯୁଧୀଷ୍ଟୀର ମିଶ୍ର, ପର୍ଶୁରାମ ନାୟକଙ୍କୁ ଚୟନ କରାଯାଇଥିବା ବେଳେ ପ୍ରବକ୍ତା ଭାବରେ ରୁତୁରାଜ ସିଂହଙ୍କୁ ଚୟନ କରାଯାଇଥିଲା । ବାଇଲ’ ରିଫର୍ମ କମିଟି ସଦସ୍ୟ ଭାବରେ ଭବାନୀ ଶଙ୍କର ଶତପଥି, ପ୍ରଭାକର ମଶ୍ର, ନିତ୍ୟାନନ୍ଦ ମିଶ୍ର ଓ ଯୁଧୀଷ୍ଟୀର ମିଶ୍ରଙ୍କୁ ରଖାଯାଇଥିଲା । ସଂଘର ନୂତନ ସଭାପତି ପ୍ରଫେସର ଶ୍ରୀ ମିଶ୍ର ସମସ୍ତ ସହଯୋଗ କାମନା କରିବା ସହ ସଂଘକୁ କିପରି ସୁଦୃଢ କରାଯିବ ଏବଂ ରେଳ ଉପଭୋକ୍ତାମାନଙ୍କ ପାଇଁ କିପରି ସୁବିଧା କରାଯାଇ ପାରିବ ସେନେଇ ନିଜର ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.