ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ଏନ୍ଏସି ସଦରମହକୁମାର ଦାମୋଦର କଟା ଉପକଣ୍ଠ ଗୋପଟିକ୍ରା ନିତ୍ୟାନନ୍ଦ ଆଶ୍ରମରେ ହଟୁଆ ସମାଜର ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଇଷ୍ଟଦେବୀ ଚର୍ଚ୍ଚିକାଙ୍କ ନିକଟରେ ଧୂପ ପୁଷ୍ପ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବରିଷ୍ଠ ସଦସ୍ୟ ଦାମୋଦର ସିଠଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଓଡିଶା ହଟୁଆ ସମାଜ ସଭାପତି ଟିକେଶ୍ୱର ବେହେରା ଓ ସଂପାଦକ ବେଲାଲସେନ ଖଟୁଆ, ବରଗଡ଼ ଚକ ମେମ୍ବର ଅଶୋକ ଗଡତିଆ, ଶେଷଦେବ ସା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ଦିବଂଗତ ସଭାପତି କୃଷ୍ଣଚନ୍ଦ୍ର ଦଲାଇ, ସ୍ଥାନୀୟ ମେମ୍ବର ଚୂଡାମଣି ଲହରିଆଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତ୍ୟାଗ ବିନା ସମାଜର ଉନ୍ନତି ଅସମ୍ଭବ । ତେଣୁ ଅଳ୍ପ ହେଉ ପଛେ ନିଃସ୍ବାର୍ଥପର ଭାବେ କାର୍ଯ୍ୟ କଲେ ସମାଜ ତଥା ଜାତିର ପ୍ରଗତି ସୁନିଶ୍ଚିତ ହେବ । ସୁତରାଂ ବାର୍ଧକ୍ୟର ପ୍ରଜ୍ଞା ଓ ଯୌବନର ଶକ୍ତିର ସୁବିନିଯୋଗ କରିବା ଉଚିତ୍ ବୋଲି ଅତିିଥିଗଣ ମତପ୍ରକାଶ କରିଥିଲେ । ଅତିଥିଗଣଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ହଟୁଆ ସମାଜର ଗ୍ରାମ୍ୟ କମିଟି ଗଠନ କରାଯାଇଥିଲା । ନାରାୟଣ ବେହେରା ସଭାପତି, ରାଜେଶ୍ୱର ବେହେରା ସଂପାଦକ, ସୁଶାନ୍ତ ସିଠ କୋଷାଧ୍ୟକ୍ଷ, ଦାମୋଦର ସିଠ, ଜଗନ୍ନାଥ ବେହେରା, ସତ୍ୟନାରାୟଣ ସିଠ, କେଦାର ଦଲାଇ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ମହେନ୍ଦ୍ ଲହରିଆ, ରାଜେଶ ବେହେରା, ଶଙ୍କର ବେହେରା, ଭୁବନେଶ୍ୱର ବେହେରା, ଈଶ୍ୱର ବେହେରା, ପ୍ରମୋଦ ବେହେରା, ଆଶିଷ ଗଡତିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରାଜେଶ୍ୱର ବେହେରା ସଭାକୁ ସଂଯୋଜନା କରିଥିଲେ । ଶେଷରେ ଜଗନ୍ନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post