oom

ବର୍ଣ୍ଣାଳି ସଂଗଠନର ସାଧାରଣ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଳା ଓ ସାମାଜିକ – ସାଂସ୍କୃତିକ ‘ବର୍ଣ୍ଣାଳି’ର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଶ୍ରମିକ ମଂଗଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରିଥିଲେ ସଭାପତି ପ୍ରଭାକର ମିଶ୍ର । ସଂପାଦକୀୟ ବିବରଣୀ ପଠନ କରିଥିଲେ ସଂପାଦକ ବାସୁଦେବ ମେହେର ଓ ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ କୋଷାଧ୍ୟକ୍ଷ ସୁନିଲ ଚନ୍ଦ୍ର ବିଶ୍ୱାଳ । ଆଲୋଚନା କଲା ପରେ ଗତ ବୈଠକର ବିବରଣୀକୁ ଅନୁମୋଦନ କରାଯାଇଥିଲା । ଆଗାମୀ ମେ’ ମାସରେ ସଂଗଠନର ବାର୍ଷିକ ଉତ୍ସବ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଥିପାଇଁ ବିଭିନ୍ନ କମିଟି ଯଥା ଅର୍ଥ କମିଟି, ସାଂସ୍କୃତିକ କମିଟି, ପରିଚାଳନା କମିଟି, ସଂବର୍ଦ୍ଧନା କମିଟି ଗଠନ କରାଯାଇଥିଲା । ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ମୁଖ୍ୟ ଉପଦେଷ୍ଟା ପଦ୍ମଚରଣ ଆଚାର୍ଯ୍ୟ, ଉପଦେଷ୍ଟା ବୃନ୍ଦ ନିଳାଞ୍ଚଳ ଚିରଗୁନ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଶୁଭ୍ରାଂଶୁ ମିଶ୍ର, ନିଳମଣି ପଟେଲ, ମଳୟ ତ୍ରିପାଠୀ, ରାଘବ ପାଣିଗ୍ରାହୀ, ବ୍ରଜ କିଶୋର ପଣ୍ଡା, ଶ୍ରୀୟାକାନ୍ତ ପାଣିଗ୍ରାହୀ, ଉପ-ସଭାପତି କପିଳେଶ୍ୱର ଖମାରୀ, ଯୁଗ୍ମ ସଂପାଦକ ଅଶୋକ କୁମାର ଚାନ୍ଦ, କଳାକାର ବୃନ୍ଦ ଅନୁପ କୁମାର ମିଶ୍ର, ଚନ୍ଦ୍ରମା ହୋତା, ନବୀନ କୁମାର ମେହେର, ପ୍ରଦୀପ କୁମାର ବରାଳ, ସନ୍ତୋଷ କୁମାର ହୋତା, ରୋଜିସ୍ମିତା ହୋତା, ପଙ୍କଜ ସାହୁ, ବିକାଶ ଷଡଙ୍ଗୀ ପ୍ରମୁଖ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କୋଷାଧ୍ୟକ୍ଷ ସୁନିଲ କୁମାର ବିଶ୍ୱାଳ ।

jittmm
Leave A Reply

Your email address will not be published.