
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକରେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ମଣ୍ଡଳସ୍ତ୍ରରୀୟ ସ୍ୱାସ୍ଥ୍ୟ ମେଳା ପାଇଁ ବୁଧବାର ବ୍ଲକ ପରିସରରେ ଥିବା ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁ, ବ୍ଲକ ଉପାଧ୍ୟକ୍ଷ ଦୃର୍ବାଶା ନିସଙ୍କ, ବିଡ଼ିଓ ଦିଲ୍ଲିପ କୁମାର ଷଡଙ୍ଗି, ଏବିଡିଓ ପଦିପ୍ତ ନାୟକ ସିଡ଼ିପିଓ ହାରାମଣି ନାୟକ, ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ତ୍ରିପାଠୀ, ଡେଲାଙ୍ଗ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ସମ୍ପ୍ରସାରଣ ଅଧିକାରୀ ବଳରାମ ପଟ୍ଟନାୟକ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଦିଲ୍ଲୀପ କୁମାର ପରିଡାଙ୍କ, ଏବିଇଓ ଯୁଧିଷ୍ଠିର ପରିଡା, ବିଏସ୍ଏସ୍ଓ ତପନ ଚନ୍ଦ୍ର ଦାସ, କନିଷ୍ଠଯନ୍ତ୍ରୀ ସ୍ୱାଗତିକା ପ୍ରଧାନ, ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଏହି ବୈଠକରେ ଯୋଗଦେଇ ସ୍ୱାସ୍ଥ୍ୟ ମେଳା ସମ୍ପର୍କିତ ପ୍ରସ୍ତୁତି ବୈଠକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ସ୍ୱାସ୍ଥ୍ୟମେଳାରେ ବିଭିନ୍ନ ବର୍ଗର ୨୫ରୁ ଅଧିକ ଷ୍ଟଲ ଓ ୨୩ରୁ ଅଧିକ ବିଭାଗ ଖୋଲାଯିବାକୁ ଥିବା ବେଳେ ଏଥିରେ, ସ୍ୱାସ୍ଥ୍ୟ ସଚେତନତା ବାର୍ତା, ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିତ୍ସା, କୋଭିଡ଼ ଟୀକାକରଣ, ରୋଗ ନିଦାନ ପରୀକ୍ଷା, ଔଷଧ ବଂଟନ, ଫିଜିଓଥେରାଫି, ଯୋଗାସନ, ପରିମଳ ବ୍ୟବସ୍ଥା, ଅଣସଂକ୍ରାମକ ରୋଗର ନିଦାନ ଓ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଆଧାର ନମ୍ବର ସହିତ ନିଜ ମୋବାଇଲ ନମ୍ବର ସଂଯୁକ୍ତ ଥିଲେ ଜନସାଧାରଣ ଏହି ମେଳାରେ ସ୍ୱାସ୍ଥ୍ୟ କାର୍ଡ ଓ ଇ –ସଂଜିବନୀ ବ୍ୟବସ୍ଥା ପାଇପାରିବେ ଓ ୨୦ତାରିଖ ପୂର୍ବରୁ ଆଧାର ଓ ମୋବାଇଲ ଲିଙ୍କ କରାଇ ନେବାକୁ ଏହି ବୈଠକରେ ବିପିଏମ୍ ଶ୍ରୀପରିଡା ସୂଚନା ଦେଇଥିଲେ । ଡେଲାଙ୍ଗ ବ୍ଲକର ୫ ହଜାରରୁ ଅଧିକ ରୋଗୀଙ୍କ ଚିକିତ୍ସା ପାଇଁ ଏହି ମେଳାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ଶେଷରେ ବିପିଏମ୍ ଶ୍ରୀ ପରିଡା ଧନ୍ୟବାଦ ଅପର୍ଣ କରିଥିଲେ ।