କାପସିରେ ଷୋହଳ ପ୍ରହରୀ ନାମଯଜ୍ଞ ପ୍ରସ୍ତୁତି ବୈଠକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତ କାପସି ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପ୍ରସ୍ତୁତି ବୈଠକ କାପସି ବରଗଛ ଛକଠାରେ ମଙ୍ଗଳବାର ସଂନ୍ଧ୍ୟା ୬ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । କାପସି ଷୋହଳ ପ୍ରହରୀ ନାମଯଜ୍ଞ କମିଟି ସଭାପତି ଜତିନ୍ଦ୍ର ଦାସଙ୍କ ସଭାପତିତ୍ୱରେ ସମ୍ପାଦକ ନରେଶ କୁମାର ମାଝି ସଭା ପରିଚାଲନା କରିଥିଲେ । ସୂଚନା ଯୋଗ୍ୟ ଯେ, ଆସନ୍ତା ୧୭ ତାରିଖ ଦିନ କଳସ ଯାତ୍ରା ଓ ଅଧିବାସ ହେବ । ୧୮ ତାରିଖରେ ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ୧୯ ତାରିଖ ପ୍ରହାି ଓ ୨୦ ତାରିଖ ନାମ ସମାପନ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି । ଏହି ବୈଠକରେ ୮ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ନାମଯଜ୍ଞ କମିଟି ସଦସ୍ୟଙ୍କୁ ଦଳର ଦାୟିତ୍ୱ ଦିଆଯାଇଥିଲା । ସେହିପରି ଭଣ୍ତାର ଘର, ରୋଷେଇ ବିଭାଗ, ଜଳ ଯୋଗାଣ ବ୍ୟବସ୍ଥା, ଗୋସାଇଁ ବସା, ଦଳଚାଟ, ସ୍ୱାସ୍ଥ୍ୟ ବିଭାଗ, ପାଣି ସିଞ୍ଚନ, ଯାତାୟାତ, ଶାନ୍ତି ଶୃଙ୍ଖଳା, ଦଳ ସ୍ୱାଗତ, ବିଦ୍ୟୁତ ବିଭାଗ, ପ୍ରସାଦ ବଣ୍ଟନର ଦାୟିତ୍ୱ ଭାବେ କମିଟି ସଦସ୍ୟ, ମା’ ଠାକୁରାଣୀ ଆଜାଦ କ୍ଲବ୍ ଓ ଗ୍ରାମର ବୁଦ୍ଧିଜୀବୀ, ଯୁବକ ମାନଙ୍କୁ ଦିଆଗଲା । ଏହି ଅବସରରେ ଉକ୍ତ କମିଟି ଉପସଭାପତି ନରୋତ୍ତମ ମାଝି, ସହ ସମ୍ପାଦକ ଚୈତନ୍ୟ ମଶ୍ରା, କୋଷାଧ୍ୟକ୍ଷ ମୋହନ ଦାସ, ସହଯୋଗୀ ଭାଗରଥି ମାଝି, ପ୍ରମୋଦ ପାତ୍ର, ଅୟୁବ ଖାନ, ବିହାରୀ ଲାଲ ଜଗତ, କହ୍ନେଇ ଦାସ, କିଶୋର ସା, ଶମ୍ଭୁ ସା, ଡଗର ଲୋହାର, ମୋହନ ସା, ମୋହନ ରଣା, ବିହାରୀ ଲାଲ ମଶ୍ରା, ରୁପଧର ସା, ଲେଖନ ସା, ପରମେଶ୍ୱର ମହାନନ୍ଦ, ଶଶିଭୂଷଣ ଜଗତ, ହେମନ୍ତ ମାଝି, ମଧୁର୍ଯ୍ୟ ନିଆଲ ଭାଗରଥି ଦାସ ସମେତ ଗ୍ରାମର ଅନେକ ଲୋକେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.