ତିଖାଳିଠାରେ ନୂଆପଡା ଡିଷ୍ଟ୍ରିକ୍ଟ ୟୁନିଅନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟର ଏକ ସାଧାରଣ ବୈଠକ

ନୂଆପଡା, (ନିରାକାର ମେହେର) : ପବିତ୍ର ଶ୍ରୀରାମ ନବମୀ ତିଥିରେ  ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଡାକ ବଙ୍ଗଳାଠାରେ ନବ ଗଠିତ ନୂଆପଡା ଡିଷ୍ଟ୍ରିକ୍ଟ ୟୁନିଅନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ସିମାଞ୍ଚଳ ମହାପାତ୍ର ଅଧ୍ୟକ୍ଷତା କରିଥିବା ବୋଳ ବୈଠକରେ ସଂଘର ଆଗାମୀ କାର୍ଯ୍ୟକଳାପ, ବାଏଲ ପ୍ରସ୍ତୁତି ଏବଂ ସଙ୍ଗଠାନିକ ସାମ୍ବାଦିକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସର୍ବ ସମ୍ମତି କ୍ରମେ ସିମାଞ୍ଚଳ ମହାପାତ୍ର ଏବଂ ସୁଶାନ୍ତ କୁମାର କରଙ୍କୁ ସଂଘର ଆଗାମୀ କାର୍ଯ୍ୟ ପନ୍ଥା ଏବଂ ରୁପରେଖ ପ୍ରସ୍ତୁତ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଅଛି । ପରିଶେଷରେ ବୋଡେନ ବ୍ଲକରୁ ୨୧ ଜଣ ସାମ୍ବାଦିକ ଏନ୍‌ଡିୟୁଜେରେ ସାମିଲ କରିଥିବାରୁ କୁମରମଣି ମହାନନ୍ଦ ଓ ଅଂଶୁମାନ ସତପଥି, ବିଶିକେଶନ ପଣ୍ଡା ସମେତ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବର୍ତ୍ତମାନ ଆଜି ବୈଠକରେ ୩୩ ଜଣ ସଦସ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.