centurian jitm

ଆମ୍ବେଦକର ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

nschool

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ସ୍ଥିତ ବିଶ୍ୱକର୍ମା ମଣ୍ଡପ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ନିରଞ୍ଜନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଏପ୍ରିଲ ୧୪ରେ ସମ୍ବିଧାନ ପ୍ରଣେତା ଡ଼. ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ପ୍ରତ୍ୟେକ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ପାଳନ କରିବାକୁ ସ୍ଥିର କରିଥିବା ସୂଚନା ମିଳିଛି । ଆମ୍ବେଦକର ଜୟନ୍ତୀ ଅବସରରେ ଭାରତୀୟ ସମ୍ବିଧାନରେ ଆଦିବାସୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଶିକ୍ଷା, ନିଯୁକ୍ତି, ପଦୋନ୍ନତି, ଜମି, ଜଳ, ଜଙ୍ଗଲ, ଜୀବନ ଜୀବିକା ସମ୍ବନ୍ଧୀୟ ଆଇନ କାନୁନ, ନୀତିନିୟମ, ଶିକ୍ଷାର ବିକାଶ, ସାମାଜିକ, ରାଜନୈତିକ, ଅର୍ଥନୈତିକ ବିକାଶ, ଭାଷା ଧର୍ମ ସଂସ୍କୃତି ପାଳନ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି କରାଯାଇଛି । ଆଦିବାସୀ ସମାଜର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ଧନ୍ଦାମୂଳକ ବୃତ୍ତିଗତ ଶିକ୍ଷା ପାଇଁ ପଦକ୍ଷେପ ନେବାକୁ ଆଦିବାସୀ ନେତୃମଣ୍ଡଳୀ ଆହ୍ୱାନ କରିଥିଲେ । କିସ୍‌ ଆଦିବାସୀ ବିଶ୍ୱବିଦ୍ୟାଳୟରେ ସମ୍ପୂର୍ଣ୍ଣ ନିଃଶୁକ୍ଳ ଏବଂ ନିଃଶୁଳ୍କ ଆବାସିକ ପାଠ ପଢିବା ପାଇଁ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାକୁ ସ୍ଥିର କରାଯାଇଥିଲା । ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଦ୍ୱାରା ପରିଚାଳିତ ଆବାସିକ କଲେଜ ଗୁଡିକରେ ଖାଇବା ଖର୍ଚ୍ଚ ବାବଦରେ ମାସକୁ ଏକ ହଜାର ଟଙ୍କା ଲେଖାଏଁ ଅସୁଲ କରୁଥିବାରୁ ସରକାରଙ୍କ ଆଦିବାସୀ ବିରୋଧୀ କାର୍ୟ୍ୟକୁ ସଭାରେ ନିନ୍ଦା କରାଯାଇଥିଲା । ସରକାରଙ୍କ ଏସ୍‌ଟି ଏସ୍‌ସି ଉନ୍ନୟନ ବିଭାଗ ତୁରନ୍ତ ଆଦିବାସୀ ଛାତ୍ରଛାତ୍ରୀଙ୍କ ଖାଇବା ଖର୍ଚ୍ଚ ସମେତ ସମସ୍ତ ଫିଜ ପ୍ରତ୍ୟାହାର ନ କଲେ ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି । ବୈଠକରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶି, ସଭାପତି ଅସ୍ତରତ୍ନ ବରିହା, ସମ୍ପାଦକ ସାରଥୀ ବାଗ, ସହସଂପାଦକ ଗିରିଧାରୀ ଭୋଇ, ଧୁବଳେଶ୍ୱର ଭୋଇ, ମନବୋଧ ବରିହା, ରଘୁନାଥ ବିଶ୍ୱାଳ, ଘନ ଭୋଇ, ଲଳିତ ମଲ୍ଲିକ, ଲେକୃ ଧରୁଆ, ହୃଷିକେଶ ଭୋଇ, ଗୁଣନିଧି ବର୍ଗେ, ଥବିର ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.