jayashree

ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଗାନ୍ଧୀ ପାଠାଗାର ଠାରେ ସଭାପତି ଧର୍ମବ୍ରତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ବଲାଙ୍ଗିର ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ଓ ସଂଘର ନିର୍ବାଚନ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ନିର୍ବାଚନ ଅଧିକାରୀ ପୀତବାସ ପଣ୍ଡା ସଂଘର ନିର୍ବାଚନ ତାରିଖ ସମ୍ବନ୍ଧରେ ସଭ୍ୟମାନଙ୍କୁ ଅବଗତ କରାଇଥିଲେ ଓ ଆସନ୍ତା ୧୬ ଏପ୍ରିଲ ନିର୍ବାଚନ ହେବାକୁ ସ୍ଥିରୀକୃତ ହୋଇଛି । ଏହି ସଭାରେ ସଂଘର ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର, ଉପ-ସଭାପତି ପର୍ଶୁରାମ ନାୟକ, ସଂପାଦକ ଗୋପବନ୍ଧୁ ପୁରୋହିତ, ସଭ୍ୟ ପ୍ରଭାକର ମିଶ୍ର, ମନୋରଂଜନ ପୁରୋହିତ, ଅଶୋକ ଚାନ୍ଦ, ପ୍ରଶନ୍ନ କୁମାର ମିଶ୍ର ଆଦି ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.