oum

ଗରିମା-୨୦୨୨ ପାଇଁ ପ୍ରସ୍ତୁତି ବୈଠକ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ‘ଗରିମା- ୨୦୨୨’ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ସେକ୍ଟର ୨ ସେହେନାଇ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ କାୟଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଆଗାମୀ ଏପ୍ରିଲ ମାସ ୨ ତାରିଖ ଦିନ ସିଭିକ ସେଣ୍ଟରଠାରେ ସଂଧ୍ୟା ୬ ଘଟିକା ସମୟରେ ଗରିମା ୨୦୨୨ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ଗୁଡିକର ଅଧିଷ୍ଠିତ ଦେବୀଙ୍କ ପ୍ରତୀକାତ୍ମକ ରୂପ ପ୍ରଦର୍ଶିତ ହେବ । ଏହା ସହ ସମ୍ବଲପୁରୀ ଓ ଓଡିଶୀ ନୃତ୍ୟ, ସଂଗୀତ, ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ, ସମ୍ବର୍ଦ୍ଧନା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମକୁ ବିଗତ ବର୍ଷ ଭଳି ଆକର୍ଷଣୀୟ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସ୍ଥିର କରାଯାଇଛି । ଏହି ବୈଠକରେ ଶ୍ରୀ କାୟଲ ଓ ଶ୍ରୀ ଜେନାଙ୍କ ବ୍ୟତୀତ ଉପଦେଷ୍ଟା ରଶ୍ମିତ ସାହାଣୀ, ନିହାରିକା ବସ୍ତିଆ, ମମତା ନାୟକ, ସସ୍ମିତା ଜେନା, ଶାନ୍ତିଲତା ବାରିକ, ପ୍ରଣତୀ ଜେନା, ଦୀପିକା ଦେ, ସିଲି ମହାନ୍ତି, ସନ୍ତୋଷୀ ମଲ୍ଲିକ, ରେବତୀ ବାରିକ, ଶଙ୍ଖରିନା ପ୍ରଧାନ, ସୁମିତ୍ରା ଦାଶ, ମମତା ଦାସ, ବନ୍ଦନା ପଟ୍ଟନାୟକ, ସରିତା ମଲ୍ଲ, ମୋନାଲିସା ସାହୁ, ମୋନାଲିସା ଗୌଡ, ଶର୍ମିଲା ରାଜଗୁରୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଉପଦେଷ୍ଟା ଶ୍ରୀ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.