ଭବାନୀପାଟଣାଠାରେ ସମ୍ଭାବ୍ୟ ଅଂଶୁଘାତ ସମ୍ବଧୀୟ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଗ୍ରୀଷ୍ମ ପ୍ରବାହ ପାଇଁ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଏଜେଣ୍ଡା ଅନୁଯାୟୀ ଜିଲ୍ଲା ଜରୁରୀ ଅଧିକାରୀ ସୁଶ୍ରୀ ପ୍ରଧାନ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ପଦକ୍ଷେପ ନେବାକୁ ଥିବା କାର୍ଯ୍ୟାନୁଷ୍ଠାନ ଉପରେ ପାଠ କରିଥିଲେ । ଜିଲ୍ଲାପାଳ ଡ଼ ଗାଭାଲି ଗ୍ରୀଷ୍ମପ୍ରବାହ ଯୋଗୁଁ ସୃଷ୍ଟି ଅଂଶୁଘାତ ମୃତ୍ୟୁକୁ ରୋକିବା ଏବଂ ନିଜ ଦାୟିତ୍ୱକୁ ନିଷ୍ଠାର ସହ ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସିଡିଏମଓ ଗ୍ରୀଷ୍ମ ଋତୁରେ କଣ କରିବା ଓ କଣ ନ କରିବା ସମ୍ବଧୀୟ ଲିପଖଲେଟ୍ ଓ ପୋଷ୍ଟର୍ ଯଥାଶୀଘ୍ର ସିଡିପିଓ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀମାନଙ୍କୁ ତଥା ସ୍ବାସ୍ଥ୍ୟ କେନ୍ଦ୍ରକୁ ଯୋଗାଇ ଏହାର ବିଶେଷ ପ୍ରଚାର ଓ ସଚେତନତା ବାର୍ତ୍ତା ଦେବା ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳ କହିଥିଲେ । ସେଭଳି ଗ୍ରାମ ପଞ୍ଚାୟତ, ଏନ୍‌ଏସି, ପୌର ପରିଷଦ, ବିଡ଼ିଓ ନିଜ ନିଜ ଅଂଚଳରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲିବା, ପିଏଚ୍‌ସି, ସିଏଚ୍‌ସି, ଉପଖଣ୍ଡ ଓ ଡାକ୍ତଖାନାଗୁଡ଼ିକରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଶୀତତାପ ନିୟନ୍ତ୍ରିତ କୋଠରୀ ବା କୁଲର ବ୍ୟବସ୍ଥାଯୁକ୍ତ କୋଠରୀର ବ୍ୟବସ୍ଥା, ଯଥେଷ୍ଟ ଓଆର୍‌ଏସ୍, ଆବଶ୍ୟକୀୟ ଔଷଧ ମହଜୁଦ ରଖିବା ପାଇଁ ସିଡିଏମ୍ଓଙ୍କୁ ଦାୟିତ୍ଵ ଦିଆଗଲା । ଗ୍ରାମାଞ୍ଚଳ ଓ ସହରମାନଙ୍କରେ ପାନୀୟ ଜଳର ସମସ୍ୟା ଓ ଏହାର ନିରାକରଣ ପାଇଁ ସବୁ ନଳକୂପକୁ କାର୍ଯ୍ୟକ୍ଷମ, ଟ୍ୟାଙ୍କର, ପିଏଚ୍‌ଡି ପାଣିର ଯୋଗାଣ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ଆର୍‌ଡବ୍ଲୁଏସ୍ଏସ୍ ଓ ପିଏଚ୍‌ଡି ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମାଞ୍ଚଳରେ ପାନୀୟ ଜଳର ଅଭିଯୋଗ ପାଇବାର ୪୮ ଘଣ୍ଟା ମଧ୍ୟରେ ନଳକୂପ କାର୍ଯ୍ୟକ୍ଷମ କରିବେ ଆର୍‌ଡବ୍ଲୁଏସ୍ଏସ୍ ବିଭାଗ ।ଜିଲ୍ଲା ଶ୍ରମ ଅଧିକାରୀ ସମସ୍ତ ଶ୍ରମିକମାନଙ୍କୁ ଦିନ ୧୧.୦୦ ଘଣ୍ଟାରୁ ଦିବା ୩.୩୦ ଘଣ୍ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟନ କରିବାକୁ ବିଶେଷ ଧ୍ୟାନ ଦେବେ । ଅଂଶୁଘାତ ପାଇଁ ଜିଲ୍ଲାରେ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯିବ ଏବଂ ଏହାର ଫୋନ ୦୬୬୭୦୨୩୦୪୫୫ ସେଭଳି ଉପଜିଲ୍ଲାପାଳ, ବିଡିଓ, ଇଓ, ଆର୍‌ଡବ୍ଲୁଏସ୍ଏସ୍, ପିଏଚ୍‌ଡି ନିଜ ନିଜ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଖୋଲି ଏହାର ଫୋନ୍ ନମ୍ୱର୍ ସମସ୍ତଙ୍କ ସୂଚନା ନିମନ୍ତେ ଜଣାଇବେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ମାନଙ୍କରେ ଅଂଶୁଘାଜନିତ ଅସୁବିଧାକୁ ପ୍ରତିହତ ତଥା ସଚେତନତା ପାଇଁ ଅଧ ଘଣ୍ଟାର କ୍ଲାସ୍ ଛାତ୍ରମାନଙ୍କୁ ଦିଆଯିବ । ବସ ମାଲିକଙ୍କ ସୂଚନା ପାଇ ଦିନର ସକାଳ ୧୧.୦୦ଘଣ୍ଟା ରୁ ଅପରାହ୍ନ ୩.୦୦ ଘଣ୍ଟା ପର୍ଯ୍ୟନ୍ତ ଯାନ ଚଳାଇବାକୁ ଏଡ଼ାଇବା ପାଇଁ ଚେଷ୍ଟା କରିବେ ଏବଂ ନିଜ ନିଜ ଯାନରେ ଓଆର୍‌ଏସ୍ ତଥା ପାନୀୟ ଜଳର ବ୍ୟବସ୍ଥା କରିବେ । ବିଦ୍ୟୁତ୍ ଯୋଗାଣ ଯେଭଳି ବ୍ୟାହତ ନ ହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ଏସ୍ଇ, ଟିପିଡବ୍ଲୁ ଓ ଡିଏଲ୍‌ଙ୍କୁ କୁହାଗଲା ସିଡିଭି ଓ ପଶୁସମ୍ପଦକୁ ଅଂଶୁଘତଜନିତ ମୃତ୍ୟୁରୁ ରକ୍ଷା କରିବା ପାଇଁ ବିଶେଷ ବ୍ୟବସ୍ଥା, ପାନୀୟ ଜଳ ଓ ଔଷଧର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଗଲା । ଉକ୍ତ ସଭାରେ ସଂପୃକ୍ତ ବିଭାଗୀୟ ଜିଲ୍ଲା ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.