ଜୀବନ ବୀମା ଅଭିକର୍ତ୍ତା ସଂଘର ସାଧାରଣ ପରିଷଦ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜୀବନ ବୀମା ଶାଖା ଅଭିକର୍ତ୍ତା ସଂଘର ସାଧାରଣ ପରିଷଦ ବୈଠକ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ମନୋଜ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ସଭାକୁ ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅଜିତ କର, ମଣ୍ଡଳ ସଭାପତି ପ୍ରସୁନ ପଣ୍ଡା, ବରଗଡ଼ ଶାଖା ପରିଚାଳକ ରଞ୍ଜନ ଶତପଥୀ, ସହ ପରିଚାଳକ ଚିନ୍ତାମଣି ସାହୁ, ବରପାଲି ଶାଖା ପରିଚାଳକ ନିରଞ୍ଜନ ମାଝୀ, ଭିଜନ ମିଶ୍ର, ବିଶ୍ୱଜିତ ମିଶ୍ର, ସିଏସ୍‌ ରାଓ, ସମ୍ପାଦକ ଚନ୍ଦ୍ର ଶେଖର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଶେଷରେ ସମର ଭଟ୍ଟାଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ସାଧାରଣ ପରିଷଦ ବୈଠକରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ପରେ ସଂଘ ନୂତନ କର୍ମକର୍ତ୍ତା ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ନୂତନ ସଭାପତି ଭାବେ ମନୋଜ ମେହେରଙ୍କୁ ପୁନଃ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବରେ ପ୍ରଦୀପ ଷଡ଼ଙ୍ଗୀ ଓ ଧିରେନ୍ଦ୍ର ତ୍ରିପାଠୀ, ଅଭିମନ୍ୟୁ ସ୍ବାଇଁ ସମ୍ପାଦକ ଭାବେ, ହୃଷିକେଶ ପାତ୍ର ଏବଂ ଦେବକୀ ସାହୁ ଭାବେ ସହସମ୍ପାଦକ, ଗଗନ ବିହାରୀ ପ୍ରଧାନ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ ।

jittmm
Leave A Reply

Your email address will not be published.