oum

ଲୋକ ଯୋଜନା ଅଭିଯାନ-୨୦୨୧ ନିମନ୍ତେ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଲୋକ ଯୋଜନା ଅଭିଯାନ ୨୦୨୧ ନିମନ୍ତେ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଉଷା କୁମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କିଲିଟାରି ସଭାକକ୍ଷରେ ଅନୁଷ୍ଠିତ ବୈଠକରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଡ଼ିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ବିଭିନ୍ନ ବ୍ଲକ୍‌ର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରକଳ୍ପ ନିର୍ଦେଶକ, ଡ଼ିଆରଡ଼ିଏ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିବା ସହ ଏହି ସ୍ୱତନ୍ତ୍ର ବୈଠକର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ଉଷା କୁମାରୀ ନିଜର ବକ୍ତବ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପଞ୍ଚଦଶ ଅର୍ଥ କମିଶନ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନରୁ ଆବଣ୍ଟିତ ଅର୍ଥ ଖସଡ଼ାର ଉପଯୁକ୍ତ କାର୍ଯ୍ୟକାରିତା ଦ୍ୱାରା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ସମ୍ଭବ ବୋଲି କହିବା ସହ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରଖି ଲୋକ ଯୋଜନା ପରିପ୍ରେକ୍ଷୀରେ ଜିଲ୍ଲାର ବିକାଶ ଯୋଜନା ପ୍ରସ୍ତୁତି ସହ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ଏହି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ନିଜ ନିଜର ବିଭାଗର ଲୋକ ଯୋଜନା କାର୍ଯ୍ୟକ୍ରମଗୁଡିକୁ ଅନ୍ୟ ବିଭାଗ ସହଯୋଗରେ ଯୋଜନାର କାର୍ଯ୍ୟକାରିତାକୁ ପ୍ରଭାବୀ ଓ ଏକାଭିମୁଖୀ କରାଯାଇପାରିବ ତାହା ଉପରେ ବିସ୍ତୃତ ଭାବେ ବୈଠକରେ ଉପସ୍ଥାପନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ଜିଲ୍ଲାର ଗ୍ରାମ୍ୟଞ୍ଚଳରେ ନିଆଯାଉଥିବା ପ୍ରତ୍ୟେକ ଲୋକ ଯୋଜନା କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ଉପଲବ୍ଧ ସହ ସୁସମନ୍ୱୟ ରକ୍ଷା ପୂର୍ବକ ସୁବ୍ୟବସ୍ଥିତ ଓ ସୁନିଶ୍ଚିତ କରିବାକୁ ସରକାରଙ୍କ ନିର୍ଦେଶ ମୁତାବକ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଶେଷରେ କାର୍ଯ୍ୟ ନିର୍ବାହୀଯନ୍ତ୍ରୀ -ଆର୍‌ଡବ୍ଲୁଏସ.ଏସ. ବିଭୂପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.